ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା
ଡେସ୍କ: ବୁଧବାର ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜମ୍ମୁ-କଶ୍ମୀରରେ ଶେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ର ଚାରିପାଖରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଓମାର ଅବଦୁଲ୍ଲା ଓ ତାଙ୍କ ମନ୍ତ୍ରିମଣ୍ଡଳକୁ ଉପରାଜ୍ୟପାଳ ମନୋଜ ସିହ୍ନା ଶପଥ ପାଠ କରାଇବେ। ଉପରାଜ୍ୟପାଳ ଗତକାଲି ଓମାର ଅବଦୁଲ୍ଲାଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ଦେଇଥିଲେ।
Comments are closed.