www.samajalive.in
Saturday, December 6, 2025
23.1 C
Bhubaneswar

ବିନା କୋଚିଂରେ ପାଠ ପଢି ନିଟ୍‌ରେ ହେଲେ କୃତକାର୍ଯ୍ୟ; ଲିନ୍ସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବାଡ଼ାବାଙ୍ଗା ଗର୍ଜେଡ଼ି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ ବିନା କୋଚିଂରେ କଠିନ ପରିଶ୍ରମ କରି ପାଠ ପଢି ନିଟ୍‌‌ରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ଅବସରରେ ଲିନ୍ସା ରବିବାର ଉପମୁଖ୍ୟମନ୍ତ୍ରୀ ତଥା ମିଶନଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉପ ମୁଖମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଗାମି ଦିନରେ ସଫଳ ମଣିଷ ହେବାର ଆଶୀର୍ବାଦ ଦେଇଛନ୍ତି।

ଏନେଇ ନିଜେ ଉପମୁଖ୍ୟମନ୍ତ୍ରୀ ନିଜର ସାମାଜିକ ଗଣମାଧ୍ୟମ ଫେସବୁକ୍ ଆଇଡିର ଏକାଧିକ ଫୋଟ ମଧ୍ୟ ସେୟାର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲିନ୍ସା ଜୀବନରେ ଅନେକ ସମସ୍ୟା ଭିତରେ ରହି ବିନା କୋଚିଂରେ କେବଳ ୟୁଟ୍ୟୁବ୍‌‌ ମାଧ୍ୟମରେ ପାଠପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ଦ୍ୱାରା ଲିନ୍ସା ଏକ ପ୍ରକାର ପ୍ରମାଣିତ କରିଛନ୍ତି ଯେ, ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ମଧ୍ୟ ବ୍ୟର୍ଥ ଯାଏନି। ଆଗାମି ଦିନରେ ଏମକେସିଜି ମେଡ଼ିକାଲ୍ କଲେଜରେ ଡ଼ାକ୍ତରୀ ପାଠ ପଢିବାକୁ ଯାଉଥିବାରୁ ତାଙ୍କର ଭବିଷ୍ୟଜ ଉଜ୍ଜଳ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି।
ଲିନ୍ସାଙ୍କ ବାପା ଇଲିଆସ ପ୍ରଧାନ ଶିକ୍ଷକ ଏବଂ ମା ରୀନା ଅଙ୍ଗନୱାଡ଼ି କର୍ମୀଭାବେ କାର୍ଯ୍ୟରତ ଥିବା ବେଳେ ଆର୍ଥିକ ଅଭାବ ସତ୍ୱେ ଝିଅକୁ ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ସହଯୋଗ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ଉୟଭଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏକ ଉପହାର ପ୍ରଦାନ କରି ଲିନ୍ସାଙ୍କୁ ଉତ୍ସାହିତ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories