ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ମାଡ ଅଭିଯୋଗ; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଆର୍ମି କ୍ୟାପଟେନ ଗୁରୁବନ୍ତ ସିଂ, ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ରବିବାର ଦିନ ଭୁରତପୁର ଥାନାରେ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି। ଥାନାରେ ଏକ ଅଭିଯୋଗ କରିବାକୁ ଯାଇଥିବା ବେଳେ ଆକ୍ରମଣ ହୋଇଥିଲା।
Comments are closed.