www.samajalive.in
Tuesday, December 9, 2025
15.1 C
Bhubaneswar

ଡାକ୍ତର କହିଲେ ମୃତ, ମଶାଣିରେ ଜୀବିତ ହେଲା ଶବ!

ଡେସ୍କ: ରାଜସ୍ଥାନର ଘଟଣା। ଝୁନଝୁନୁସ୍ଥିତ ବିଡିକେ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯିବା ପରେ ସେ ପୁଣି ଜୀବିତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଜିଲ୍ଲାପାଳ ପୂରା ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ହସ୍ପିଟାଲର ଅଧ୍ୟକ୍ଷ, ମେଡିକାଲ ଅଫିସରଙ୍କ ସମେତ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ବଗାଡର ଏକ ନିରାଶ୍ରୟ ଘରେ ରହୁଥିବା ଜଣେ ବଧିର ଓ ମୁକ ବ୍ୟକ୍ତି ରୋହିତାଶ୍ୱଙ୍କ ସହ ଏହି ଘଟଣା ଘଟିଛି। ଗୁରୁବାର ଅପରାହ୍ନରେ ୪୭ ବର୍ଷୀୟ ରୋହିତାଶ୍ୱଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ବିଡିକେ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଶବ ଗୃହରେ ରଖାଯାଇ ପଞ୍ଚନାମା ପ୍ରସ୍ତୁତ କରାଯାଇ ନିରାଶ୍ରୟ ଗୃହର ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯାଇଥିଲା।

- Advertisement -

ବିଳମ୍ବିତ ସନ୍ଧ୍ୟାରେ ରୋହିତାଶ୍ୱଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍ ସେ ନିଶ୍ୱାସ ନେବା ଆରମ୍ଭ କରିଥିଲେ। ଏହା ଦେଖି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ବିଡିକେ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ବିଡିକେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇବା ସହ ଡାକ୍ତରଙ୍କ ବିରୋଧରେ ପ୍ରଶ୍ନ ଉଠିଥିଲା। ହସ୍ପିଟାଲ ପ୍ରଶାସନ ଏ ନେଇ ନୀରବତା ଅବଲମ୍ବନ କରିଥିବା ବେଳେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ବିବୃତି ଜାରି କରିନାହିଁ।

ଜିଲ୍ଲାପାଳ ରାମାବତାର ମୀନା ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ଘଟଣାର ବିସ୍ତୃତ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories