ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କୁ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କୁ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବ ଦାୟିତ୍ବ ସହ ଏହି ଦାୟିତ୍ବରେ ବର୍ଷକ ପାଇଁ କିମ୍ବା ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ବ ତୁଲାଇବେ।

ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କୁ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Comments are closed.