www.samajalive.in
Monday, December 15, 2025
16.1 C
Bhubaneswar

ଆଇସିକ୍ୟୁସିସି ୨୦୨୪ ଆୱାର୍ଡ: ଟିପିସିଓଡିଏଲ୍ ଜିତିଲା ୯ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ୱର: ଟାଟା ପୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ସମ୍ମାନଜନକ ଇଣ୍ଟରନେସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ (ଆଇସିକ୍ୟୁସିସି) ୨୦୨୪ରେ ୯ଟି ‘ସ୍ୱର୍ଣ୍ଣ’ ପୁରସ୍କାର ଜିତିଛି। ଏହି କାର‌୍ୟ୍ୟକ୍ରମ ଗତ ନଭେମ୍ବର ୧୧ରୁ ୧୩ ତାରିଖ ପର‌୍ୟ୍ୟନ୍ତ ଶ୍ରୀଲଙ୍କାର କଲୋମ୍ବୋଠାରେ ଶ୍ରୀଲଙ୍କା ଆସୋସିଏସନ ଫର ଆଡଭାନ୍ସମେଂଟ ଅଫ କ୍ୱାଲିଟି ଆଣ୍ଡ୍ ପ୍ରଡକ୍ଟିଭିଟି(ଏସ୍ଏଲ୍ଏଏକ୍ୟୁପି) ଦ୍ୱାରା ଆୟୋଜନ କରାଯାଇଥିଲା। ଏଥିରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସମ୍ମିଳନୀର ବିଷୟବସ୍ତୁ ଥିଲା ‘ବିୟଣ୍ଡ ବାଉଣ୍ଡ୍ରିଜ: ଏ କ୍ୱେଷ୍ଟ ଫର କ୍ୱାଲିଟି, ପ୍ରଡକ୍ଟିଭିଟି ଆଣ୍ଡ ଇନୋଭେସନ’, ଯେଉଁଥିରେ ୧୪ଟି ଦେଶରୁ ୧୦୮୩ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଟିପିସିଓଡିଏଲ୍ ସିଇଓ ଅରବିନ୍ଦ୍ ସିଂହ କହିଛନ୍ତି, ‘ଗୁଣାତ୍ମକ ମାନ ଓ ଦଳଗତ କାର‌୍ୟ୍ୟରେ ଉତ୍କର୍ଷ ପ୍ରଦର୍ଶନ କରି ଆଇସିକ୍ୟୁସିସିରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ସମସ୍ତ ଟିମକୁ ଅଭିନନ୍ଦନ ଜଣାଉଛି । ଆମେ ବିଶ୍ୱାସ କରୁଛୁ ଯେ କ୍ୱାଲିଟି ସର୍କଲର ସମ୍ପ୍ରସାରଣ କର୍ମଚାରୀଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବ ଏବଂ ଆମର ଗ୍ରାହକ କୈନ୍ଦ୍ରୀକ ଲକ୍ଷ୍ୟକୁ ଆଗକୁ ବଢ଼ାଇବ।’

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories