www.samajalive.in
Tuesday, December 9, 2025
26.1 C
Bhubaneswar

ବିଭିନ୍ନ ହାଟରେ ଏନଫୋର୍ସମେଣ୍ଟ ସ୍କ୍ୱାଡର ଚଢାଉ : ଭିଏସଏସ ନଗର ମାର୍କେଟ ସିଲ

ଭୁବନେଶ୍ୱର :  ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଲକଡାଉନକୁ କୋହଳ କରିଛନ୍ତି ସରକାର। କ୍ୟାଟେଗୋରୀ ବି’ରେ ଥିବାରୁ ଭୁବନେଶ୍ୱରରେ ଦିନ ୨ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ତେବେ ଭୁବନେଶ୍ୱରରେ ଥିବା ହାଟ ବଜାର ଗୁଡିକରେ ଜନ ଗହଳି ଦେଖିବାକୁ ମିଳୁଛି। ଲୋକ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନି। ଏଭଳି ଅମାନିଆଙ୍କୁ ସାବାଡ୍‍ କରିବାକୁ ବିଭିନ୍ନ ହାଟରେ  ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‍ ଶୁକ୍ରବାର ଚଢାଉ କରିଛି। ବିଏମସି ଓ କମିଶନରେଟ୍‍ ପୋଲିସର ମିଳିତ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‍ ଆଜି କିଟ୍‍ ହାଟ, ସିରିପୁର, ବରଗଡ଼, ଝାରପଡ଼ା, ଭିଏସଏସ ନଗର ମାର୍କେଟ, ୟୁନିଟ୍‍-୧ ସହ ୟୁନିଟ୍‍-୪ ମାର୍କେଟରେ ରେଡ୍‍ କରିଛି। ଚଢାଉ ବେଳେ ଗହଳି ହୋଇଥିବା ଦୋକାନରେ ବ୍ୟବସାୟୀଙ୍କୁ ତାଗିଦ୍‍ କରାଯିବା ସହ ଆବଶ୍ୟକସ୍ଥଳେ ଜରିମାନା ଆଦାୟ କରାଯାଇଛି।

ଏନଫୋର୍ସମେଣ୍ଟ ସ୍କ୍ୱାଡ୍‍ କୋଭିଡ ଗାଇଡ ଲାଇନ ଉଲ୍ଲଙ୍ଘନ ପାଇଁ ଭିଏସଏସ ନଗର ମାର୍କେଟ ସିଲ କରିଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଭିଏସଏସ ନଗର ମାର୍କେଟ ବନ୍ଦ ରହିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories