www.samajalive.in
Sunday, December 14, 2025
26.1 C
Bhubaneswar

‘ରାହୁଲଙ୍କ ତୁଳନାରେ ମୋଦୀ ଭଲ’

ନୂଆଦିଲ୍ଲୀ: ରାହୁଲଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ। ଅଳ୍ପ କିଛି ଦୃଷ୍ଟିକୋଣକୁ ବାଦ୍‌‌ ଦେଲେ ଅନ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଜଣେ ଭଲ ବ୍ୟକ୍ତି ବୋଲି ଜଗନ୍‌‌ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ଟାଇମ୍ସନାଓକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ରାହୁଲ ଗାନ୍ଧୀ ଭଲ ପ୍ରଧାନମନ୍ତ୍ରୀ ହୋଇପାରିବେ କି ବୋଲି ସାକ୍ଷାତକାରରେ ଟାଇମ୍ସନାଓ ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନରେ ଜଗନ୍‌‌ କହିଥିଲେ, ‘ଦଳିତ ସମସ୍ୟା ଏବଂ ଅନ୍ୟ କିଛି ବିଷୟକୁ ଛାଡ଼ିଦେଲେ ମୋଦୀ ରାହୁଲଙ୍କ ତୁଳନାରେ ଭଲ। ରାହୁଲ ଅନ୍ୟମାନଙ୍କଠାରୁ ଭଲ ବୋଲି ମୁଁ କେବେ କହିପାରିବି ନାହିଁ।’
ସେହିପରି ବିଜେପି ୱାଇଏସଆର କଂଗ୍ରେସ ସହିତ କାହିଁକି ମେଣ୍ଟ କଲାନାହିଁ ବୋଲି ଅନ୍ୟ ଏକ ପ୍ରଶ୍ନରେ ଜଗନ କହିଥିଲେ, ‘ମୋତେ କେହି କେବେ ମେଣ୍ଟ ବିଷୟରେ କିଛି କହିନାହାନ୍ତି। ମୂଳତଃ ଆମ ରାଜ୍ୟରେ ବିଜେପି ହେଉ କି କଂଗ୍ରେସ, ଉଭୟ ଜାତୀୟ ଦଳ ଗୁରୁତ୍ୱହୀନ। କେବଳ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ତେଣୁ ଜାତୀୟ ଦଳ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories