www.samajalive.in
Saturday, December 6, 2025
23.1 C
Bhubaneswar

୧୦ରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା

ଡେରାଡୁନ : ଚଳିତମାସ ୧୦ରୁ ଉତ୍ତରାଖଣ୍ଡରେ ଚାର୍‌ଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୬ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକୃତ କରିଥିବା ଜଣାପଡିଛି। ମେ’ ୩୧ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇସାରିଛି। ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଟି ଧର୍ମସ୍ଥଳୀ ଯଥା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଚାର୍‌ଧାମ୍‌ ମାନ୍ୟତା ମିଳିଛି। ଉତ୍ତରାଖଣ୍ଡ ପର୍ଯ୍ୟଟକ ବିଭାଗ ପକ୍ଷରୁ ଏହି ଯାତ୍ରା ନିମନ୍ତେ ଶ୍ରଦ୍ଧାଳୁଙ୍କ ନାମ ପଞ୍ଜୀକରଣ ଉପରେ କଟକଣା ଲାଗୁ କରିଛନ୍ତି। ତଦନୁଯାୟୀ କେଦାରନାଥ ଯାତ୍ରା ନିମନ୍ତେ ଦୈନିକ ସର୍ବାଧିକ ୧୮ ହଜାର ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରାଯାଉଥିବାବେଳେ ବଦ୍ରିନାଥ ଦର୍ଶନ ପାଇଁ ୨୦ ହଜାର, ଗଙ୍ଗୋତ୍ରୀ ପାଇଁ ୧୧ ହଜାର ଏବଂ ଯମୁନେତ୍ରୀ ପାଇଁ ୯ ହଜାର ନାମ ପଞ୍ଜୀକରଣ କରାଯିବ। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ସେବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ କେଦାରନାଥକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ମେ’ ଓ ଜୁନ୍‌ ପାଇଁ କେଦାରନାଥକୁ ହେଲିକପ୍ଟର ବୁକିଂ ଶେଷ ହୋଇସାରିଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories