www.samajalive.in
Sunday, December 7, 2025
26.1 C
Bhubaneswar

ଏଣିକି ଅନ୍‌ଲାଇନରେ ମିଳିବ ପେନ୍‌ସନ ସେବା

ନୂଆଦିଲ୍ଲୀ : ସରକାରୀ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଅନ୍‌ଲାଇନରେ ପେନ୍‌ସନ ପାଇଁ ଆବେଦନ କରିବା, ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ବାବଦ ବିବରଣୀ ଯାଞ୍ଚ ପାଇଁ ଆଉ ଧଁା ଦୌଡ଼ କରିବାକୁ ପଡ଼ିବ ନାହିଁ। ସରକାରୀ ପେନ୍‌ସନ୍‌ଭୋଗୀଙ୍କୁ ଡିଜିଟାଲ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସମସ୍ତ ସେବା ଗୋଟିଏ ସମନ୍ବିତ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ୫ଟି ବ୍ୟାଙ୍କର ପେନ୍‌ସନ ପ୍ରକ୍ରିୟା ଓ ଦେୟ ସେବାକୁ ଗୋଟିଏ ପୋର୍ଟାଲରେ ମିଶ୍ରଣ କରାଯାଇଛି। ସରକାରଙ୍କ ପେନ୍‌ସନ ଏବଂ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗରେ ଏକ ସମନ୍ବିତ ‘ଭବିଷ୍ୟ’ ପୋର୍ଟାଲ ଆରମ୍ଭ କରିଛି। ଯେଉଁଥିରେ ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ଦେଖିହେବ। ଏହି ‘ଭବିଷ୍ୟ’ ପୋର୍ଟାଲରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କର ପ୍ରାସଙ୍ଗିକ ସେବା ଉପଲବ୍ଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ପେନ୍‌ସନ୍‌ ବଣ୍ଟନକାରୀ ଅନ୍ୟ ବ୍ୟାଙ୍କଗୁଡ଼ିକୁ ପୋର୍ଟାଲ ସହ ଯୋଡ଼ାଯିବ। ପେନ୍‌ସନ ପ୍ରକ୍ରିୟା ଏବଂ ଦେୟର ଡିଜିଟାଇଜେସନ୍ ନିଶ୍ଚିତ କରିବାକୁ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ପେନ୍‌ସନ ସମ୍ବନ୍ଧୀୟ ସେବାରେ ସ୍ୱଚ୍ଛତା ଏବଂ ଦକ୍ଷତା ହାସଲ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ପେନ୍‌ସନ୍‌ଭୋଗୀଙ୍କ ବ୍ୟକ୍ତିଗତ ଏବଂ ସେବା ବିଶେଷତାକୁ ଗ୍ରହଣ କରିଥାଏ। ଏହା ମାଧ୍ୟମରେ ଅନ୍‌ଲାଇନରେ ପେନ୍‌ସନ ଫର୍ମ ଦାଖଲ କରିହେବ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏସ୍‌ଏମଏସ କିମ୍ବା ଇ-ମେଲ ମାଧ୍ୟମରେ ପେନ୍‌ସନ ମଞ୍ଜୁର ଅଗ୍ରଗତି ବିଷୟରେ ଅବଗତ କରାଯାଇପାରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories