www.samajalive.in
Saturday, December 6, 2025
15.1 C
Bhubaneswar

୫୪ ବର୍ଷର ଲୋମଟାଙ୍କୁରା କାହାଣୀ….

ନୂଆଦିଲ୍ଲୀ: ପ୍ରାୟ ୧୦ହଜାର ଫୁଟ୍ ଉପରେ ଉଡୁଥିଲା ବିମାନ । ବିମାନ ଅବତରଣ କରିବାକୁ ଆଉ କିଛି ସମୟ ବାକି ଥାଏ। ହେଲେ ହଠାତ୍ ପାଣିପାଗ ଖରାପ ହୋଇଆସିଲା। ପାଇଲଟକୁ ରନଓ୍ବେ ନଜର ଆସିଲାନି। ଆଉ ବିମାନ ଅବତରଣ କରାଇବାକୁ ବାରମ୍ବାର ଚେଷ୍ଟା କରିବା ପରେ ଇନ୍ଧନ ସରିଯାଇଥିଲା। ଏହାପରେ ବିମାନଟି ହଠାତ୍ ଓଲଟି ପଡି ସମୁଦ୍ରକୁ ଖସି ପଡିଥିଲା। ଖରାପ ପାଗ ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ଥିଲା। ଉଚ୍ଚ ଉଚ୍ଚ ଲହଡି ମାନ କୂଳରେ ମାଡ ହେଉଥିଲା। ବିମାନଟିରୁ ବଞ୍ଚିବାକୁ ଯାତ୍ରୀମାନେ ବହୁ ପ୍ରଚେଷ୍ଟା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଦେଖୁ ଦେଖୁ ୨୩ ଲୋକଙ୍କର ଜୀବନ ଚାଲିଯାଇଥିଲା। ୪୦ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରେ ୩୭ ଜଣ ଅବସ୍ଥା ଗୁରୁତର ରହିଥିଲା। ବିମାନଟିରେ ୫୭ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ମେମ୍ବର ଉପସ୍ଥିତ ଥିଲେ। ଖରାପ ପାଗ, ଇନ୍ଧନ ସରିବା ଯୋଗୁଁ ଏଭଳି ଘଟଣା ଘଟିଥିବା ତଦନ୍ତରୁ ଜଣାପଡେ। ଏପରିକି ସେଦିନ ଅଘଟଣ ଘଟିବା ସମୟରେ କେହି ଯାତ୍ରୀ ସିଟ ବେଲ୍ଟ ପିନ୍ଧିନଥିବା କୁହାଯାଏ। ଏହାରି ମଧ୍ୟ ଘଟଣାଟି ୫୪ ବର୍ଷ ବିତିଯାଇଛି। ଆଜକୁ ଠିକ୍ ୫୪ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୦ ମେ ୨ ତାରିଖରେ ଏହି ଅଘଟଣ ଘଟିଥିଲା। ଯାହା ଆଜି ବି ଇତିହାସ ହୋଇରହିଛି। ସେଦିନର ସେହି ଘଟଣା ମନକୁ ଆସିଲେ , ଲୋମଟାଙ୍କୁରୀ ଉଠେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories