www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା ପରି ରାଜ୍ୟକୁ ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମିର ଆବଶ୍ୟକତା ରହିଛି : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଭଳି ବନ୍ୟା, ବାତ୍ୟାପ୍ରବଣ ରାଜ୍ୟ ପାଇଁ ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଏନର୍ଜି-କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି । ଏଥି ସହିତ ପ୍ରାକୃତିକ, ସ୍ୱଚ୍ଛ ଏବଂ ଗ୍ରୀନ୍‌ ଏନର୍ଜି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ସେ ଶକ୍ତି ଉତ୍ପାଦନ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଥିଲେ।

ଏହି କନ୍‌କ୍ଲେଭ୍‌ରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମହାମାରୀ ସମୟରେ ସ୍ମାର୍ଟ ମିଟରିଂର ବହୁ ଉପାଦେୟ ହୋଇପାରିବ କିନ୍ତୁ ଏଥିପାଇଁ ଅତିରିକ୍ତ ବ୍ୟୟର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ। ତା’ସହିତ ଯଦି ସବୁକିଛି ସ୍ୱାଭାବିକ ଭାବେ କାର୍ଯ୍ୟ କରେ ତେବେ ଆଗାମୀ ଡିସେମ୍ବର ୨୦୨୦ ସୁଦ୍ଧା ତିନିଗୋଟି ବିଦ୍ୟୁତ ବିତରଣ କମ୍ପାନୀକୁ ଘରୋଇକରଣ କରାଯିବ ବୋଲି ସେ କହିଥିଲେ । କରୋନା ଲକ୍‌ଡାଉନ୍‌ ଯୋଗୁଁ ବିଦ୍ୟୁତ ରାଜସ୍ୱ ଆଦାୟ ବହୁଳ ଭାବେ ବାଧାପ୍ରାପ୍ତ ହୋଇଥିବା ଦର୍ଶାଇ କ୍ଷତିର ପରିମାଣ ୨୦%ରୁ ୩୦%କୁ ବୃଦ୍ଧି ପାଇଛି। ସେହିପରି ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବୁସନ୍‌ ଲିଃର କ୍ଷତିର ପରିମାଣ ୪୬% ହୋଇଛି ବୋଲି ସେ କହିଥିଲେ।
ଆଗାମୀ ଦିନରେ କ୍ଷୁଦ୍ର ଗ୍ରୀଡ୍‌ ବ୍ୟବସ୍ଥା ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିପାରିବ ବୋଲି ବିଶେଷଜ୍ଞମାନେ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । ଆଜିର ଏହି କନ୍‌କ୍ଲେଭ୍‌ରେ ଟାଟା ପାୱାରର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସେନ୍‌ବାଗମ୍‌ ମନ୍ଥିରାମ କହିଥିଲେ ଯେ ବିଦ୍ୟୁତ୍ ବିତରଣ ଏବଂ ବ୍ୟବହାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଖୁଚୁରା ବିତରଣ ବୈଷୟିକ ଜ୍ଞାନକୌଶଳ ହିଁ ଭବିଷ୍ୟତରେ ଏକମାତ୍ର ସଫଳ ଉପାୟ ବୋଲି କହିଥିଲେ। ଫ୍ଲୁଏଣ୍ଟ ଗ୍ରୀଡ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ମୁରଲୀ କ୍ରିଷ୍ଣା ବିଦୁ୍ୟତ ସେବା କ୍ଷେତ୍ରରେ ସ୍ମାର୍ଟ ଗ୍ରୀଡ୍‌ ବ୍ୟବସ୍ଥା କିପରି କାର୍ଯ୍ୟ କରିବ ଏବଂ ଏହା ହିଁ ବିଦୁ୍ୟତ ସେବାର ଭବିଷ୍ୟତ ବୋଲି ସେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସେ ସ୍ମାର୍ଟ ମନିଟରିଂ କିପରି କ୍ଷୁଦ୍ର ଏବଂ ବୃହତ୍‌ ବିଦୁ୍ୟତ ବ୍ୟବହାର କ୍ଷେତ୍ରରେ ସୁବିଧାଜନକ ତାହା ଦର୍ଶାଇଥିଲେ । ଏହି ଅବସରରେ ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକଚର ଲିଃର ପରିଚାଳନା ନିର୍ଦ୍ଦେଶକ ଏମ୍‌.କେ. ଗୁପ୍ତା, ରାଷ୍ଟ୍ରୀୟ ମୁଖ୍ୟ ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ଅନୀଶ ଦେ ଏବଂ ସମ୍ମିଳନୀର ସଂଚାଳକ ଜେ.ବି. ପାଣି ପ୍ରମୁଖ କୋଭିଡ୍‌ ପରବର୍ତ୍ତୀ ସମୟରେ ଶକ୍ତି କ୍ଷେତ୍ରକୁ କିପରି ସୁଧୁରାଯାଇ ସ୍ୱାଭାବିକ ଅବସ୍ଥାକୁ ଅଣାଯାଇ ପାରିବ ସେ ନେଇ କେତେକ ଉପାୟ ଉପରେ ଆଲୋଚନା କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories