BJD Bijuli 480×75 Mob

ବିମାନ ଖାଦ୍ୟରୁ ବାହାରିଲା ଅସରପା, ୮୭ ଲକ୍ଷ କ୍ଷତିପୂରଣ ମାଗିଲେ ଓକିଲ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଖାଦ୍ୟରୁ ଅସରପା ବାହାରିବା ଘଟଣାକୁ ନେଇ ମୁମ୍ବଇର ଜଣେ ଓକିଲ ଏମିରେଟ୍ସ ବିମାନ କମ୍ପାନୀକୁ ୮୭ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଖାଦ୍ୟରେ ଅସରପା ବାହାରିବାରୁ ସେ ମାନସିକ ଭାବେ ଅବସାଦଗ୍ରସ୍ତ ହୋଇଯାଇଥିଲେ। ଫଳରେ ସେ ଯେଉଁ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରୁଥିଲେ, ସେଠାକୁ ଆଉ ଯାଇନଥିଲେ । ଏଥିଯୋଗୁ ତାଙ୍କର ୩୦ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା । ମାନସିକ ଅବସାଦଗ୍ରସ୍ତ ହୋଇଥିବାରୁ ଆଉ ୫୦ ଲକ୍ଷ ଏପରି କରି ସେ ୮୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ସୂଚନା ଅନୁସାରେ ଫେବୃଆରୀ ୨୭ରେ ମୋରୋକୋର କାସାବ୍ଲାନକାରୁ ଏମିରେଟନ୍ସ ବିମାନର ପ୍ରଥମ ଶ୍ରେଣୀରେ ୟୁସୁଫ ଇକ୍‌ବାଲ ନାମକ ଜଣେ ଆଇନଜୀବୀ ତାଙ୍କ ପତ୍ନୀ ଓ ୧୮ ଅନ୍ୟ ସାଙ୍ଗଙ୍କ ସହ ଜନ୍ମଦିନ ପାଳନ ପାଇଁ ମୁମ୍ବଇକୁ ଯାତ୍ରା କରୁଥିଲେ । ବିମାନ ଯାତ୍ରା ସମୟରେ ତାଙ୍କୁ ଦିଆଯାଇଥିବା ଚିକେନ ସାଲଟ ଖାଦ୍ୟରେ ଅସରପା ବାହାରିଥିଲା । ଏହାକୁ ନେଇ ସେ ଏମିରେଟ୍ସ ବିମାନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏମିରେଟ୍ସ ଏୟାରଲାଇନ୍ସ ନିଜ ଭୁଲ ସ୍ୱୀକାର କରିବା ସହ ୨୫,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ରାଜି ହୋଇଛି । ମାତ୍ର ଇକବାଲ ୮୭ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

Leave A Reply