୧୨ ଦିନ ପରେ ଶ୍ରୀଲଙ୍କାରୁ ଉଠିଲା ଜରୁରୀ କାଳିନ ପରିସ୍ଥିତି

0

କଲୋମ୍ବ : ୧୨ ଦିନ ପରେ ଶ୍ରୀଲଙ୍କାରେ ଘୋଷଣ କରାଯାଇଥିବା ଜରୁରୀ କାଳିନ ପରିସ୍ଥିତିକୁ ଉଠାଇ ନିଆଯାଇଛି । ବୌଦ୍ଧ ଧର୍ମାଲମ୍ବୀ ଓ ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେବାରୁ ୧୨ ଦିନ ତଳେ ଶ୍ରୀଲଙ୍କାରେ ଜୁରରୀ କାଳିନୀ ପରିସ୍ଥିତି ଘୋଷଣା କରାଯାଇଥିଲା । ରବିବାରରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ସିରସେନା ଦେଶରୁ ଜୁରୁରୀ କାଳିନ ପରିସ୍ଥିତି ହଟାଇ ଦିଆଯାଇଥିବା ନେଇ ଘୋଷଣା କରିଥିଲେ ।

ଶ୍ରୀଲଙ୍କାର ମଧ୍ୟ ଭାଗରେ ଥିବା କାଣ୍ଡି ଜିଲାରେ ଏହି ହିଂସା ଉଗ୍ର ରୂପ ଧାରଣ କରିଥିଲା ।  ଏଥିରେ ୨ ଜଣଙ୍କର ମୃତ୍ୟ ହୋଇଥିଲା । ଏହାପରେ ଶ୍ରୀଲଙ୍କାରେ ଜରୁରୀ କାଳିନ ପରିସ୍ଥିତି ଘୋଷଣା କରାଯାଇଥିଲା ।

Leave A Reply