www.samajalive.in
Monday, December 15, 2025
24.1 C
Bhubaneswar

୧୦ଲକ୍ଷ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେବେ ଏଲନ ମସ୍କ, କହିଲେ- ୮ ବର୍ଷରେ ବଦଳିବ ବହୁତ କିଛି

ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ବ୍ୟବସାୟୀ ଏଲନ୍ ମସ୍କ ତାଙ୍କ ମହାକାଶ କାର୍ଯ୍ୟକ୍ରମରେ ଆଉ ଏକ ବୈପ୍ଳବିକ ପଦକ୍ଷେପ ନେଇ ଘୋଷଣା କରିଛନ୍ତି। ସେ ପୃଥିବୀ ବ୍ୟତୀତ ମଙ୍ଗଳ ଗ୍ରହରେ ଜନବସତି ଗଢିତୋଳିବା ନେଇ ଅନେକ ବଡ ଦାବି କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ କେବଳ କଳ୍ପନାର ଉଡ଼ାଣ ଭାବେ ବିବେଚନା କରାଯାଉଥିଲା।

ପୃଥିବୀରୁ ମଙ୍ଗଳ ଗ୍ରହକୁ ଯିବେ ମଣିଷ:

- Advertisement -

ମସ୍କଙ୍କ କହିବାନୁସାରେ, ସେ ଏପରି ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହାଦ୍ବାରା ​‌୧୦ ଲକ୍ଷ ଲୋକଙ୍କୁ ପୃଥିବୀରୁ ମଙ୍ଗଳ ଗ୍ରହକୁ ନିଆଯାଇପାରିବ। ଗୋଟିଏ ଦିନ ଆସିବ ଯେତେବେଳେ ମଙ୍ଗଳ ଗ୍ରହକୁ ଉଡ଼ାଣ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ବିମାନରେ ଯିବା ଭଳି ହେବ। ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ରବିବାର ଦିନ ଏକ୍ସରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ, ସଭ୍ୟତା ଏକ ଗ୍ରହକୁ ଯାତ୍ରା କରିପାରିବ। ପୃଥିବୀରୁ ମହାକାଶଯାନ ଯୋଗାଣ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।

୫ ବର୍ଷ ମଧ୍ୟରେ ଚନ୍ଦ୍ରକୁ ନେଇଯିବ ଷ୍ଟାରସିପ୍:

ଲୋହିତ ଗ୍ରହକୁ ଯିବା ପାଇଁ ଏକ ଷ୍ଟାରସିପ୍ ଲଞ୍ଚ୍‌ କରିବା ବିଷୟରେ ଯେତେବେଳେ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ପଚାରିଥିଲେ, ସେତେବେଳେ ମସ୍କ କହିଥିଲେ ଯେ, ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ ଷ୍ଟାରସିପ୍ ଚନ୍ଦ୍ରରେ ପହଞ୍ଚିବ। ଷ୍ଟାରସିପ୍ ହେଉଛି ସବୁଠାରୁ ବଡ଼ ରକେଟ୍ ଏବଂ ଏହା ଆମକୁ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ନେଇଯିବ। ମଙ୍ଗଳ ଗ୍ରହରେ ରହିବା ପାଇଁ ଅନେକ କାର୍ଯ୍ୟ ହେବାକୁ ବାକି ଅଛି ବୋଲି ମସ୍କ କହିଛନ୍ତି।

ଆଗାମୀ ୮ ବର୍ଷରେ ହେବ ବହୁତ କିଛି:

ଏହା ପୂର୍ବରୁ ଜାନୁଆରୀରେ ଏଲନ ମସ୍କ କହିଥିଲେ ଯେ, ଆଗାମୀ ୮ ବର୍ଷରେ ମଣିଷମାନଙ୍କୁ ଚନ୍ଦ୍ରକୁ ପଠାଯାଇପାରିବ। ଏବେଠାରୁ ୮ ବର୍ଷ ମଧ୍ୟରେ ଆମେ ମଙ୍ଗଳ ଗ୍ରହରେ ଅବତରଣ କରିସାରିଥିବା ଏବଂ ଲୋକ ଚନ୍ଦ୍ରକୁ ମଧ୍ୟ ଯାଇପାରୁଥି​ବେ। ସେ କହିଛନ୍ତି ଯେ, ଚନ୍ଦ୍ରରେ ଆମର ଜନବସତି ସହିତ ଏକ ସ୍ଥାୟୀ ବେସ୍‌ ରହିବା ଉଚିତ ଏବଂ ସେଠାରୁ ଲୋକଙ୍କୁ ମଙ୍ଗଳ ଗ୍ରହକୁ ପଠାଯିବା ଉଚିତ। ବୋଧହୁଏ ସେତେବେଳକୁ ସ୍ବେସ୍‌ ଷ୍ଟେସନଠାରୁ ଅଧିକ ଉନ୍ନତ ବ୍ୟବସ୍ଥା ହୋଇଥିବ, ଏହା ଭବିଷ୍ୟତରେ ଦେଖାଯିବ। ଚଳିତ ବର୍ଷ ଷ୍ଟାରସିପ୍‌ର ତୃତୀୟ ବିମାନ କକ୍ଷପଥରେ ପହଞ୍ଚିବ ବୋଲି ମଧ୍ୟ ମସ୍କ ଆଶା ପ୍ରକଟ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories