www.samajalive.in
Friday, December 5, 2025
20.1 C
Bhubaneswar

ବିମାନରେ ବିଦେଶୀ ଗାନ କଲେ ଭାରତର ଜାତୀୟ ସଙ୍ଗୀତ, ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଆନ୍ତି ଏବଂ ହୃଦୟରୁ ସମ୍ମାନ କରନ୍ତି । ଅନେକ ଅବସରରେ ଆମକୁ ଏହି ଦେଶପ୍ରେମ ଦେଖିବାକୁ ମିଳିଥାଏ । ଖାସ୍ କରି ଯେବେ ଜାତୀୟ ସଙ୍ଗୀତ କଥା ଆସେ ସେବେ ଭାରତୀୟ ସମସ୍ତେ ଠିଆ ହୋଇପଡି ଏହାକୁ ସମ୍ମାନ ଦେଖାଇଥାନ୍ତି । ଏବେ ଦିଲ୍ଲୀରୁ ତିବ୍ଲିସି ଯାଉଥିବା ଏକ ବିମାନରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଥିରେ ଭାରତୀୟ ନୁହଁନ୍ତି ବରଂ ବିଦେଶୀମାନେ ଭାରତର ଜାତୀୟ ସଙ୍ଗୀତ ଗାଉଥିବା ନଜର ଆସୁଛନ୍ତି । ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।

 

View this post on Instagram

 

A post shared by Darispan Prasher (@darpanprasher)

- Advertisement -

ଏହି ଭିଡିଓକୁ ଏକ ବ୍ୟାଣ୍ଡର ସଦସ୍ୟମାନେ ମିଶିକି ପ୍ରସ୍ତୁତ କରିଛନ୍ତି । ସମସ୍ତେ ବିମାନରେ ସବାର ଥିଲେ ଏବଂ ଏକାଠି ମିଶି ଭାରତର ଜାତୀୟ ସଙ୍ଗୀତ ଗାନ କରିବା ଆରମ୍ଭ କରିଦେଲେ । ଏହି ବ୍ୟାଣ୍ଡ ସୋସିଆଲ ମିଡିଆରେ ନିଜ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରି ବେଶ୍ ପ୍ରଶଂସା ସାଉଁଟିଛି । ଅନେକ ଦେଶ ବିଦେଶରେ ମଧ୍ୟ ଏହି ବ୍ୟାଣ୍ଡ୍ ନିଜ କଳାର ପ୍ରଦର୍ଶନ କରିସାରିଛି । ବିମାନରେ ତାଙ୍କର ଏହି ପରିବେଷଣ ସମସ୍ତଙ୍କ ହୃଦୟ ଜିତିଛି ।

ଖାସ୍ କରି ଭାରତୀୟ ଲୋକଙ୍କ ପାଇଁ ଏହା ଏକ ଉପହାର । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ଇନଷ୍ଟାଗ୍ରାମରେ ଦେଖିସାରିଛନ୍ତି ଏବଂ ଲଗାତର  ପ୍ରତିକ୍ରିୟା ରଖୁଛନ୍ତି । ଭିଡିଓରେ ନଜର ଆସୁଛି କି କିଛି ଭାରତୀୟ ମଧ୍ୟ ବିମାନରେ ଯାତ୍ରା କରୁଛନ୍ତି ଏବଂ ଜାତୀୟ ସଙ୍ଗୀତ ଶୁଣିବା ମାତ୍ରେ ସମସ୍ତେ ନିଜ ନିଜ ଆସନରୁ ଠିଆ ହୋଇପଡୁଛନ୍ତି । କିଛି ଲୋକ ଏହାକୁ ନିଜ କ୍ୟାମେରାରେ କଏଦ ମଧ୍ୟ କରୁଛନ୍ତି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories