www.samajalive.in
Monday, December 15, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ ; ନିଜ ମାଷ୍ଟରଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ,କଲା ଏମିତି..

ନୂଆଦିଲ୍ଲୀ : କିଛି ଜୀବଜନ୍ତୁଙ୍କ ବ୍ୟବହାର ହୃଦୟକୁ ବେଶ ଛୁଇଁ ଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହାତୀ । ସୋସିଆଲ ମିଡିଆରେ ଆପଣ ହାତୀଙ୍କ ଅନେକ ଭାଇରାଲ ଭିଡିଓ ଦେଖିଥିବେ । ଯେଉଁଥିରେ ହାତୀମାନେ ଖେଳୁଥିବା ସହ ଏପରି କିଛି କୌତୁକିଆ କାର୍ଯ୍ୟ କରି ଥାଆନ୍ତି, ଯାହା ଖୁବ୍‌ ହୃଦୟସ୍ପର୍ଶୀ । ନିକଟରେ ହାତୀର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଯେଉଁଥିରେ ଏକ ହାତୀ ଏକ ହସ୍ପିଟାଲ ଭିତକରୁ ପ୍ରବେଶ କରୁଛି । ହସ୍ପିଟାଲ ଶଯ୍ୟାରେ ଥିବା ତଥା ନିଜ ବୁଦ୍ଧ ମାଷ୍ଟରଙ୍କୁ ଭେଟୁଛି । ସେହି ଶଯ୍ୟା ନିକଟରେ ହାତୀ ମଧ୍ୟ ବସି ରହୁଛି । ସେହି ସମୟର ଦୃଶ୍ୟ ବାସ୍ତବିକ ଖୁବ୍‌ ଭିନ୍ନ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ଭାବବିହ୍ୱଳ ହୋଇ ଯାଇଥିଲେ । କିଛି ଲୋକେ ହାତୀର ଏଭଳି ବ୍ୟବହାରରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।


ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ହାତୀ କବାଟ ନିକଟରେ ବସିଥିବା ନଜର ଆସୁଛି । ଏହାପରେ ହସ୍ପିଟାଲର ଏକ କକ୍ଷ ଭିତକରୁ ଯାଇ ବସୁଛି । ହାତୀ ନିଜ ଶୁଣ୍ଢକୁ ନିଜ ମାଷ୍ଟରଙ୍କ ନିକଟକୁ ନେଉଛି ।

- Advertisement -

ମଣିଷଙ୍କ ପ୍ରତି ହାତୀର ଏଭଳି ବ୍ୟବହାରର ଭିଡିଓ ଖୁବ୍‌ କମ୍‌ ଦେଖିବାକୁ ମିଳେ । ଭିଡିଓଟିକୁ ଏକ୍ସରେ ଶେୟାର କରାଯାଇଛି ।
୨୭ ସେକେଣ୍ଡର ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories