www.samajalive.in
Monday, December 15, 2025
24.1 C
Bhubaneswar

ପାଟଣା ବନାଞ୍ଚଳ ରେ ୨୨ ଟିକିଆ ହାତୀପଲ, ଭାଙ୍ଗିଲେ ୪ ଘର

ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରେ କିଛିଦିନ ହେଲାଣୀ ମାତିଛନ୍ତି ହାତୀପଲ ।ଗୋଟିଏ ନୁହଁ କି ଦୁଇଟି ନୁହେଁ ୨୨ ଟି ହାତୀ ଏହି ପଲରେ ସାମିଲ ରହି ଧାନ ଖାଇବା ସହ ଫସଲ ଦଳୁଛନ୍ତି ,ଘର ଭାଙ୍ଗୁଛନ୍ତି ।ସମସ୍ୟା ଏତିକିରେ ସରି ନାହିଁ ହାତୀଙ୍କ ଆତଙ୍କ ସାଙ୍ଗକୁ ଏଠି ଆଉ ଗୋଟେ ସମସ୍ୟା ଦେଖାଦେଇଛି। ଜଙ୍ଗଲୀ ହାତୀ ଆସି ଗାଁ ରେ ମାତିଥିବାରୁ ଆଖ ପାଖ ଗାଁ ର ଲୋକମାନେ ଏଠି ଯାତ୍ରା କଲାଭଳି ଭିଡ଼ କରୁଛନ୍ତି ,ଲୋକଙ୍କ ହୋହାଲା ଓ ପାଟିତୁଣ୍ଡ ସକାଶେ ହାତୀପଲ ଏଣେ ତେଣେ ବୁଲୁଛନ୍ତି ,ଫଳରେ ବ୍ୟାପକ କ୍ଷୟକ୍ଷତି ହେଉଥିବାର ଦେଖିବାକୁ ମିଳୁଛି ।

ଏପଟେ ବନ ବିଭାଗ କର୍ମଚାରୀ ଲୋକମାନଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରୁଥିଲେ ମଧ୍ୟ ଲୋକମାନେ ସଚେତନ ହେବେ କଣ ହାତୀ ଦେଖିବାର ଆଳରେ ଭିଡ଼ ଜମାଇ ମଜା ନେବା ସହ ବିଭିନ୍ନ ଆଳରେ ହାତୀଙ୍କ ଯିବା ରାସ୍ତା କୁ ପ୍ରତିରୋଧ କରୁଛନ୍ତି । ଫଳରେ ହାତୀପଲ ଜନବସତି ମୁହାଁ ହୋଇ ଲୋକମାନଙ୍କ ବୋଇତାଳୁ,ମକା, ଧାନ ଫସଲ ପ୍ରଚୁର ପରିମାଣରେ ନଷ୍ଟ କରୁଛନ୍ତି । ଫଳରେ ଏ ଅଞ୍ଚଳର ଲୋକମାନେ କିଛିଦିନ ହେବ ରାତି ଦିନ ଏକ କରି ଘର ଆଗରେ ଜଗି ବସିଥିବାବେଳେ ଭୟରେ ନିଦ ହଜିଯାଇଛି ।ଏପଟେ ଗତକାଲି ବିଳମ୍ବିତ ରାତିରେ ପାଟଣା ବନାଞ୍ଚଳ ମିରିଗିଖୋଜି ଗ୍ରାମର ଗୁଡା ସାହିର ଦୈତାରୀ ମହାନ୍ତ,ଅନିରୁଦ୍ଧ ମହାନ୍ତ,ସୁରେଶ ମହାନ୍ତ ,ତ୍ରିଲୋଚନ ମହାନ୍ତ ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏପଟେ ବନବିଭାଗ ହାତୀପଲଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିବାବେଳେ ହାତୀପଲଙ୍କୁ ଯଥାଶୀଘ୍ର ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ବନବିଭାଗ ତରଫରୁ ସରକାରୀ ସହାୟତା ପାଇଁ ଅଞ୍ଚଳ ବାସୀ ଦାବିକରିଛନ୍ତି ।ଏପଟେ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ଲୋକମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories