www.samajalive.in
Monday, December 15, 2025
24.1 C
Bhubaneswar

ଅଟୋ-ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଚିକିତ୍ସିତ ଅବସ୍ଥାରେ ମୋଟରସାଇକେଲ ଚାଳକ ମୃତ

ଗୋପାଳପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ଭୈରବୀ ଗୋଳନ୍ଥରା ଚଟି ରାସ୍ତା କେନାଲ ନିକଟ ରେ ଅଟୋ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ମୋଟରସାଇକେଲ ଚାଳକ ୨୬ବର୍ଷୀୟ ଯୁବକ ଗୁରୁତର ହୋଇଥିଲେ ।ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଛାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ଭୈରବୀ ନିକଟସ୍ଥ ହରଡଙ୍ଗ ଗ୍ରାମର ଡି. ଡିଲେଶୁ ପାତ୍ର (୨୬) ବୋଲି ଜଣା ପଡିଛି। ଡିଲେସୁ ପ୍ରତିଦିନ ପରି କ୍ଷୀର ବିକ୍ରୀ କରି ବ୍ରହ୍ମପୁର ରୁ ହରଡଙ୍ଗ ଫେରୁଥିଲା। ଭୈରବୀ ଗୋଳନ୍ଥରା ଚଟି ରାସ୍ତା ର କେନାଲ ନିକଟରେ ହଠାତ୍ ଏକ ଅଟୋ ନଂ (ଓଡ଼ି ୦୭ଟି ୦୧୧୨) ଆସି ଦିଲେଶୁ ଙ୍କ ମୋଟରସାଇକେଲ (ଓଡି ୦୭ଏ (ଏଚ ୪୬୬୬)କୁ ଧକ୍କା ଦେଇଥିଲା, ଏଥିରେ ଦିଲେଶୁ ଙ୍କ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡିଲେଶୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ପଠାଇ ଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।। ଘଟଣା ସ୍ଥଳରୁ ଅଟୋ ଡ଼୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଅଟୋ ଓ ମୋଟରସାଇକେଲ କୁ ଜବତ କରିବା ସହ ୩୨୬/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories