ନନ୍ଦନକାନନରେ ହାତୀ ମଡ଼କ; ୨୫ଦିନରେ ମଲେଣି ତିନୋଟି ହାତୀ
ଭୁବନେଶ୍ଵର: କଟକ ଜିଲ୍ଲା ବାରଙ୍ଗ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନରେ ଗୁରୁବାର ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟି କିଛିଦିନ ହେବ ଅସୁସ୍ଥ ଥିଲା। ହାତୀଟିକୁ ଚିକିତ୍ସା କରାଯାଉଥିବା ସତ୍ତ୍ବେ ତାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ୭ ବର୍ଷର ମାଈ ହାତୀ ‘କମଳା’ ହରପିସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
କମଳାକୁ ୨୦୧୩ରେ ନନ୍ଦନକାନନକୁ ଅଣାଯାଇଥିଲା। ଗତ ୨୫ ଦିନ ମଧ୍ୟରେ ୩ଟି ହାତୀ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ଅଗଷ୍ଟ ୨୫ରେ ମାଈ ହାତୀ ‘କୁଲି’ର ମୃତ୍ୟୁ ପରେ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ହାତୀ ‘ଚନ୍ଦନ’ ଓ ଏବେ କମଳାର ମୃତ୍ୟୁ ପରେ ନନ୍ଦନକାନରେ ହାତୀ ସଂଖ୍ୟା ୫କୁ ହ୍ରାସ ପାଇଛି।