Patra electronics

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ ! କାରଣ ଖୋଜୁଛି ବନ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଗାଁର ଜନବସତି ନିକଟରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଗତ ଦୁଇ ମାସ ତଳେ ସେହି ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ସେପଟେ କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ବନାଞ୍ଚଳ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ୯ ମାସ ହାତୀ ଛୁଆର ମୃତ୍ୟୁ ଘଟିଛି।

Comments are closed.