www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ଦିନ ଭିତରେ ୬ ଘର ଭାଙ୍ଗିଲେ ବଣୁଆ ହାତୀ ପଲ

ପାଟଣା : ଗତ ୪ ଦିନ ହେଲା ୨୫ ଘରିଆ ଝାଡ଼ଖଣ୍ଡି ହାତୀ ପଲ ପାଟଣା ଓ କରଞ୍ଜିଆ ବନାଞ୍ଚଳ ଇଲାକାରେ ଲୁଚକାଳି ଖେଳିଲା ଭଳି ବିଚରଣ କରୁଛନ୍ତି। ଏହି ହାତୀ ପଲଙ୍କ ଦ୍ଵାରା ଏକର ଏକର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ରୁଆ ତଳିକୁ ହାତୀ ପଲ ମାଡ଼ି ମକଚି ନଷ୍ଟ କରିବା ସହ ବୋଇତାଳୁ ବାଡ଼ି ନଷ୍ଟ କରିଛନ୍ତି। ଦିନ ବେଳା ଶହ ଶହ ଲୋକ ହାତୀ ପଲଙ୍କୁ ଚିଡ଼ାଉ ଥିବାରୁ ରାତି ହେଲେ ଏହି ହାତୀ ପଲ ପାଟଣା ବନାଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗି ଚାଉଳ ବସ୍ତା ଟେକି ନେଇ ଖାଇ ଯାଉଥିବା ଦେଖାଯାଉଛି। ଦୁଇ ଦିନ ମଧ୍ୟରେ ଫୁଲପାହାଡି ଗ୍ରାମର କମଳାକାନ୍ତ ନାଏକ , ନରେନ୍ଦ୍ର ନାଏକ, ଲୁଲୁ ନାଏକ , ବନମାଳୀ ନାଏକଙ୍କ ଘର ହାତୀ ପଲ ଭାଙ୍ଗିବା ସହ ଖଡ଼ିକାପଦା ଗ୍ରାମର ହୃଦାନନ୍ଦ ମହାନ୍ତ ଓ ଡମ୍ବରୁଧର ମହାନ୍ତଙ୍କ ଘର ହାତୀ ଭାଙ୍ଗିବା ସହ କେତେକଙ୍କ ଘରୁ ଧାନ ଓ ଚାଉଳ ବସ୍ତା ଟେକି ଆଣି ଖାଇଛି। ଲୋକମାନେ ହାତୀ ପଲଙ୍କୁ ଜଙ୍ଗଲକୁ ଫେରିବା ସୁଯୋଗ ଦେଉନଥିବାରୁ ଘେରା ବନ୍ଦୀ ରେ ରହୁଥିବା ହାତୀ ପଲ ଦିନବେଳା ପନିପରିବା ଚାଷ ମଧ୍ୟ ନଷ୍ଟ କରୁଥିବା ଦେଖାଯାଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories