www.samajalive.in
Monday, December 15, 2025
16.1 C
Bhubaneswar

ଦୁଇ ଦିନ ଭିତରେ ୬ ଘର ଭାଙ୍ଗିଲେ ବଣୁଆ ହାତୀ ପଲ

ପାଟଣା : ଗତ ୪ ଦିନ ହେଲା ୨୫ ଘରିଆ ଝାଡ଼ଖଣ୍ଡି ହାତୀ ପଲ ପାଟଣା ଓ କରଞ୍ଜିଆ ବନାଞ୍ଚଳ ଇଲାକାରେ ଲୁଚକାଳି ଖେଳିଲା ଭଳି ବିଚରଣ କରୁଛନ୍ତି। ଏହି ହାତୀ ପଲଙ୍କ ଦ୍ଵାରା ଏକର ଏକର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ରୁଆ ତଳିକୁ ହାତୀ ପଲ ମାଡ଼ି ମକଚି ନଷ୍ଟ କରିବା ସହ ବୋଇତାଳୁ ବାଡ଼ି ନଷ୍ଟ କରିଛନ୍ତି। ଦିନ ବେଳା ଶହ ଶହ ଲୋକ ହାତୀ ପଲଙ୍କୁ ଚିଡ଼ାଉ ଥିବାରୁ ରାତି ହେଲେ ଏହି ହାତୀ ପଲ ପାଟଣା ବନାଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗି ଚାଉଳ ବସ୍ତା ଟେକି ନେଇ ଖାଇ ଯାଉଥିବା ଦେଖାଯାଉଛି। ଦୁଇ ଦିନ ମଧ୍ୟରେ ଫୁଲପାହାଡି ଗ୍ରାମର କମଳାକାନ୍ତ ନାଏକ , ନରେନ୍ଦ୍ର ନାଏକ, ଲୁଲୁ ନାଏକ , ବନମାଳୀ ନାଏକଙ୍କ ଘର ହାତୀ ପଲ ଭାଙ୍ଗିବା ସହ ଖଡ଼ିକାପଦା ଗ୍ରାମର ହୃଦାନନ୍ଦ ମହାନ୍ତ ଓ ଡମ୍ବରୁଧର ମହାନ୍ତଙ୍କ ଘର ହାତୀ ଭାଙ୍ଗିବା ସହ କେତେକଙ୍କ ଘରୁ ଧାନ ଓ ଚାଉଳ ବସ୍ତା ଟେକି ଆଣି ଖାଇଛି। ଲୋକମାନେ ହାତୀ ପଲଙ୍କୁ ଜଙ୍ଗଲକୁ ଫେରିବା ସୁଯୋଗ ଦେଉନଥିବାରୁ ଘେରା ବନ୍ଦୀ ରେ ରହୁଥିବା ହାତୀ ପଲ ଦିନବେଳା ପନିପରିବା ଚାଷ ମଧ୍ୟ ନଷ୍ଟ କରୁଥିବା ଦେଖାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories