ପୋଖରୀ ଉପରେ ବିଦ୍ୟୁତ ତାର, ଚିନ୍ତାରେ ଗ୍ରାମବାସୀ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ଅଁଳାଝୁଲି ଗ୍ରାମର ଖଲିଆମୁଣ୍ଡା ପୋଖରୀ ଉପରେ ୧୧ କେଭି ବିଦ୍ୟୁତ୍ ତାର ଯାଇଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ପୋଖରୀ ଉପରେ ବାଦିକଟା, ହଂସସାହି, ଥପାପାଲି, ମଲିକପଡ଼ା ଗ୍ରାମବାସୀ ନିର୍ଭର କରିଥାନ୍ତି । କେତେବେଳେ ଯେ ତାର ଛିଣ୍ଡି ଲୋକଙ୍କ ଧନ ଜୀବନ ନଷ୍ଟ ହେବ ତାକୁ ନେଇ ଲୋକେ ଭୟଭୀତ ରହୁଛନ୍ତି। ବାଉଁଶୁଣୀ ବିଦ୍ୟୁତ୍ ସେକ୍ସନ ଅଧୀନରେ ଆସୁଥିବା ୧୧ କେଭି ବିଦ୍ୟୁତ୍ ତାର ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀ ଉପରେ ଯାଇଛି। ବିଭାଗୀୟ ଅଧିକାରୀ ତୁରନ୍ତ ବିଦ୍ୟୁତ୍ ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଆଗରୁ ଅନେକ ଥର ଦାବି କରିଛନ୍ତି, ହେଲେ କୌଣସି ସୁଫଳ ମିଳିପାରିନାହିଁ । ଜିଲା ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments are closed.