ଡେସ୍କ: ୨୦୧୮ କିମ୍ବା ତା’ପରେ ୪୩ଟି କମ୍ପାନି ୩୮୪.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛନ୍ତି। ସେଥି ମଧ୍ୟରୁ ହାଇଦ୍ରାବାଦରେ ୨୦୨୩ରେ ସ୍ଥାପିତ ହୋଇଥିବା ୪ଟି କମ୍ପାନି ପ୍ରତିଷ୍ଠା ହେବାର ମାତ୍ର କିଛି ମାସ ପରେ କୋଟି କୋଟି ଟଙ୍କାର ବଣ୍ଡ କିଣିଥିଲେ। ମହାମାରୀ ସମୟ ମଧ୍ୟରେ ସ୍ଥାପିତ ହୋଇଥିବା ୨୦୨୦ରେ ୯ଟି ଏବଂ ୨୦୨୧ରେ ୧୧ଟି କମ୍ପାନି ଗଠନ ହେବାର ମାତ୍ର ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର ବଣ୍ଡ କିଣିଥିବା ଜଣାପଡିଛି।
ତେବେ ସେହି ସବୁ କମ୍ପାନୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଚଢ଼ାଉ ପରେ ଓ କିଛ କମ୍ପାନୀ ଚଢ଼ାଉ ଭୟରେ ଏହି ପରିମାଣର ବଣ୍ଡ କ୍ରୟ କରିଥିବା ଜଣାପଡିଛି।



