mission shakti banner

ସିମାନ୍ତ ଗ୍ରାମରେ ଆନ୍ଧ୍ରର ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବନ୍ଦ କଲା ବ୍ଳକ ପ୍ରଶାସନ

BSKY banner  750×100

ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ଲାଉଡି ଗ୍ରାମରେ ପଡୋଶୀ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଓଡ଼ିଶା ଭିତରେ ଅନୁପ୍ରବେଶ କରି ମାଗଣା ସ୍ୱାସ୍ଥ୍ୟ ଶିବିର କରୁଥିବା ବେଳେ ପଟାଙ୍ଗି ବ୍ଳକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରୁ ତଡି ସୁଙ୍କି ପୁଲିସଙ୍କୁ ହସ୍ତାନ୍ତର କରିଥିଲେ। ସିମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ବାରମ୍ବାର ଅନୁପ୍ରବେଶ ଜାରି ରହିଥିବା ବେଳେ ଅଣବିବାଦିୟ ଗ୍ରାମରେ ମଧ୍ୟ ଏହି ଭଳି ଅନୁପ୍ରବେଶକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସୂଚନା ଅନୁସାରେ ବୁଧବାର ଦିନ ସୁଙ୍କି ପଞ୍ଚାୟତର ଲାଉଡି ଗ୍ରାମରେ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଲାର ଏକ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଓମିନି ଆମ୍ବୁଲାନ୍ସ ଯୋଗେ ଆସି ଗ୍ରାମର ସାଂସ୍କୃତିକ କେନ୍ଦ୍ର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରୁଥିବା କାର୍ୟ୍ୟକ୍ରମ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ , ସୁଙ୍କି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଗ୍ରେନ୍ଦ୍ର ନାଥ ହେମ୍ରମ୍ ଏବଂ ସୁଙ୍କିଫାଣ୍ଡି ଅଧିକାରୀ ଏ ସାଙ୍ଗାନା ସଦଳେ ବଳେ ଘଟଣାସ୍ଥଳରେ ପହଞ୍ଚି ଆୟୋଜକ ମାନଙ୍କୁ ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ପଚରାଉଚରା କରି ଉକ୍ତ ଶିବିରକୁ ବନ୍ଦ କରି ସମସ୍ତ କର୍ମଚାରୀ ଏବଂ ଉପରୋକ୍ତ ଆମ୍ବୁଲାନ୍ସକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ।
ଅନ୍ୟପକ୍ଷରେ ଓଡିଶା ଭିତରେ ଆନ୍ଧ୍ର ଅନୁପ୍ରବେଶ କରି କିପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ଚିକିତ୍ସା କରୁଥିଲା ଏବଂ ଏହିପରି କାର୍ୟ୍ୟକ୍ରମ କରିବା ପାଇଁ କିଏ ଅନୁମତି ଦେଇଥିଲା ଏହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରୁଥିବା ସହ ଏହା ପ୍ରତି ଦୃଷ୍ଟି ଦେଇ ତଦନ୍ତ କରି ଅନୁମତି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡାକଡି କାର୍ୟ୍ୟାନୁଷ୍ଠାନ ହେବା ଉଚିତ ବୋଲି ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଓଡିଶା ପକ୍ଷରୁ ଲୋକଙ୍କୁ ପ୍ରଦାନ କରା ଯାଇଥିବା ବିଏସକେୱାଇ ସ୍ୱାସ୍ଥ୍ୟ ବିମା କାର୍ଡ ମିଳିଥିବା ବେଳେ ଏହାର ଲାଭ କିପରି ଆୟୋଜକ ଆନ୍ଧ୍ର ରାଜ୍ୟର ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଉଠାଇବ ସେଇ ଲକ୍ଷ୍ୟ ରଖି ଏହିପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବା ଅନୁମାନ କରାଯାଉଛି।

Comments are closed.