www.samajalive.in
Sunday, December 7, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ : କଇଁଛକୁ ଖୁଆଉଥିଲେ, ହଠାତ୍ ପାଣି ଭିତରୁ ବାହାରିଲା ଭୟଙ୍କର ଜୀବ, ଭୟରେ ଦୌଡିଲେ ଯୁବତୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଦେଖି ଅନେକ ସମୟରେ ଲୋକେ ଭୟଭୀତ ହୋଇ ଯାଆନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଜଣେ ଯୁବତୀ ଜଳାଶୟ ନିକଟରେ କଇଁଛକୁ ଖାଇବାକୁ ଦେବା ସମୟରେ ଏପରି କିଛି ଘଟିଥିଲା। ଯାହାକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ।


ଭିଡିଓରେ ଦେଖାଯାଉଛି, ଜଣେ ଯୁବତୀ ଜଳାଶୟ ନିକଟରେ କିଛି କଇଁଛକୁ ଖୁବ୍ ଖୁସିରେ ଖାଦ୍ୟ ଖୁଆଉଛନ୍ତି। କଇଁଛ ମାନେ ମଧ୍ୟ ଆରାମରେ ଖାଦ୍ୟ ଖାଉଛନ୍ତି। ମାତ୍ର ହଠାତ୍ ସେହି ସମୟରେ ଏକ ଭୟଙ୍କର ଜୀବ ଆସି କଇଁଛ ଉପରକୁ ଆକ୍ରମଣ କରୁଛି। ଭୟରେ କଇଁଛ ମାନେ ମଧ୍ୟ ପଳାଉଛନ୍ତି। ଏହାସହ କଇଁଛକୁ ଖାଦ୍ୟ ଖୁଆଉଥିବା ଯୁବତୀ ଜଣକ ଅତ୍ୟନ୍ତ ଭୟଭୀତ ହୋଇ ସେଠାରୁ ଦୌଡି ପଳାଉଛନ୍ତି। ଯୁବତୀ ଜଣକ ଖୁବ୍ ଖୁସିରେ କଇଁଛକୁ ପାଉଁରୁଟି ଖୁଆଉଥିବା ସମୟରେ ସେଠାରେ ପ୍ରାୟ ୫ ରୁ ୬ କଇଁଛ ଏକାଠି ହୋଇଥିଲେ। ମାତ୍ର ସେହି ସମୟରେ କୁମ୍ଭୀର ଭଳି ଦେଖାଯାଉଥିବା ଏକ ଭୟଙ୍କର ଜୀବ ହଠାତ୍ ପଳାଇ ଆସିଥିଲା। କଇଁଛକୁ ମଧ୍ୟ ଆକ୍ରମଣ କରୁଛି। କିଛି ସମୟ ପର୍ଯ୍ୟନ୍ତ ପାଣିରେ କେବଳ ସେହି ଜୀବ ହିଁ ଦେଖାଯାଉଛି। କୁମ୍ଭୀର ଭଳି ଦେଖାଯାଉଥିବା ଏହି ଜୀବକୁ କୋମୋଡୋ ଡ୍ରାଗନ୍ କୁହନ୍ତି। ଏମାନଙ୍କ ପାଟିରେ ୬୦ଟି ମୁନିଆ ଦାନ୍ତ ଥାଏ।

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories