www.samajalive.in
Sunday, December 7, 2025
26.1 C
Bhubaneswar

ନବୀନ କେବଳ ଓକେ ଓକେ କହନ୍ତି: ବିଶ୍ଵଶର୍ମା

ମାଲକାନଗିରି: ନିର୍ବାଚନ ପ୍ରଚାର ଲାଗି ଆଜି ଓଡିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ହିମନ୍ତ କାଲିମେଳାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ। ମୋଦି ଯାହା କହନ୍ତି , ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି। ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି। ଏଠି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ। ଏମପିଭି-୮୨ ନାଁକୁ ନେଇ ସମାଲୋଚନା କରିଛନ୍ତି ବିଶ୍ଵଶର୍ମା। ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି। ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି। ବିଜେପି ସରକାର ହେଲେ ଏଠି ରାଜସ୍ଵ ଗ୍ରାମର ମାନ୍ୟତା ମିଳିବ। ବିଜେପି ସରକାର ଆସିଲେ, ନମ୍ବର ନୁହେଁ , ଗାଁର ନାଁ ଦିଆଯିବ। ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ। ଛତିଶଗଡରେ ବିଜେପି ସରକାର, ୩ ହଜାରରେ ଧାନ କିଣାଯାଉଛି। ଏଠା​‌ରେ ବିଜେପି ସରକାର ଆସିଲେ ଧାନ କ୍ଵିଣ୍ଟାଲ ୩୧ ଶହ ହେବ। ଧାନ ୩୧ ଶହରେ କିଣାଯିବା କଥା, ନବୀନ ବାବୁ ୨୧ ଶହରେ ଦେଉଛନ୍ତି। ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି। ଆମ ସରକାର ଏଠାରେ ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ। ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଳ ମୋଦି ଦେଉଛନ୍ତି। ନବୀନ ବାବୁ ଯାହା ଦେବା କଥା , କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories