www.samajalive.in
Monday, December 15, 2025
24.1 C
Bhubaneswar

ସର୍ବସମ୍ମୁଖରେ ରାହୁଲଙ୍କୁ ଦୁର୍ବ୍ୟବହାର କଲେ ଏଲଏସଜି ମାଲିକ, ପୂର୍ବରୁ ଧୋନୀଙ୍କ ସହ ବି ଏମିତି କରିଥିଲେ

ନୂଆଦିଲ୍ଲୀ: ଲାଇଭ ଟିଭିରେ ସାରା ଦୁନିଆ ସାମ୍ନାରେ କେ. ଏଲ. ରାହୁଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲଏସଜି) ମାଲିକ ତଥା ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଗୋଏଙ୍କା। ବୁଧବାର ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)ଠାରୁ ରାହୁଲଙ୍କ ଟିମ୍ ଏଲଏସଜି ପରାଜିତ ହୋଇଥିଲା। ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ଟିମ୍‌ ଟ୍ରାଭିସ ହେଡ୍‌ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୯.୪ ଓଭରରେ ହାସଲ କରିନେଇଥିଲା। ଟି-୨୦ ଇତିହାସରେ ଏହା ସବୁଠୁ କମ ବଲରେ ଦ୍ରୁତ ରନ୍‌ ଚେଜ ଥିଲା। ଏହି ପରାଜୟ ପରେ ଏଲଏସଜି ମାଲିକ ସଞ୍ଜୀବ ଦଳର ଅଧିନାୟକ ରାହୁଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଲାଇଭ ଟିଭିରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାହୁଲ ବି ଅସହଜ ଅନୁଭବ କରିଥିଲେ।

ଏହି ଦୃଶ୍ୟ ଭାଇରାଲ ହେବା ପରେ ରାହୁଲଙ୍କ ପ୍ରଶଂସକମାନେ ପ୍ରବଳ ମାତ୍ରାରେ ରାଗି ଯାଇଛନ୍ତି। ସେମାନେ ସୋସିଆଲ ମିଡିଆରେ ସଞ୍ଜୀବଙ୍କୁ ଗାଳିଗୁଲଜ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନେକ ପ୍ରଶଂସକ କହିଛନ୍ତି, ଖେଳାଳିମାନଙ୍କ ସହିତ କଥାବାର୍ତ୍ତା ହେବାର ଏକ ଢଙ୍ଗ ଥାଏ, ଯାହାକୁ ସଞ୍ଜୀବଙ୍କୁ ଜଣାନାହିଁ। ଖରାପ ପ୍ରଦର୍ଶନ ସତ୍ବେ ପ୍ରଶଂସକମାନେ ରାହୁଲଙ୍କ ସମର୍ଥନରେ ଛିଡ଼ା ହେବା ସହିତ ସଞ୍ଜୀବଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

- Advertisement -

ଜଣେ ପ୍ରଶଂସକ ଟ୍ବିଟ୍‌ କରି କହିଛନ୍ତି, ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍କା ରାହୁଲଙ୍କୁ ଅପମାନଜନକ ବ୍ୟବହାର କରିଛନ୍ତି। ସେ ଖେଳୁଆଡ ଭାବନା  ଭୁଲିଯାଇଛନ୍ତି। କୌଣସି ମାଲିକ ଆଜି ପର୍ଯ୍ୟନ୍ତ ଖେଳାଳିଙ୍କୁ ଏପରି ଦୁର୍ବ୍ୟବହାର କରିଥିବାର ଦେଖିବାକୁ ମିଳିନାହିଁ। ସଞ୍ଜୀବଙ୍କୁ ତାଙ୍କ ବ୍ୟବହାର ପାଇଁ ଲଜ୍ଜା ଲାଗିବା ଉଚିତ।

ସୂଚନାଯୋଗ୍ୟ, ପୂର୍ବରୁ ସଞ୍ଜୀବ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଇ ନାହାନ୍ତି। ୨୦୧୬ରେ ପୁଣେ ସୁପର ଜାଏଣ୍ଟ୍‌ସ ଆଇପିଏଲରେ ଭାଗ ନେଇଥିଲା। ଏହାର ମାଲିକ ଥିଲେ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ। ସଞ୍ଜୀବ ନିଜ ଟିମ୍‌ର ଅଧିନାୟକ ପଦ ଧୋନୀଙ୍କୁ ଦେଇଥିଲେ। କିନ୍ତୁ ଦଳ ୧୪ଟି ମ୍ୟାଚରୁ ମାତ୍ର ୫ଟିରେ ବିଜୟ ହୋଇଥିଲା। ଏହାକୁ ନେଇ ସଞ୍ଜୀବ ଧୋନୀଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories