ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଆଜି ଗଞ୍ଜାମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଦିନ ୧୦ଟା ୧୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କନିଷି ପଞ୍ଚାୟତରେ ପହଞ୍ଚି ଆୟୋଜିତ ପ୍ରଚାର ସଭାରେ ସାମିଲ ହେବେ । ସମାବେଶକୁ ସମ୍ବୋଧିତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ନବୀନ। ପରେ ସେ ୧୧ଟା ୪୫ରେ ଆସିକାରେ ପହଞ୍ଚିବେ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବା ପରେ ଫୁଲବାଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଷ୍ଟାଡିୟମରେ ପ୍ରଚାର ସଭା କରିବା ସହ ଗୁଡାରୀରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି।
Popular Categories



