www.samajalive.in
Sunday, December 7, 2025
18.1 C
Bhubaneswar

ଓଡିଶାରେ ବ୍ୟାପିଲାଣି ରୁବେଲା ଭାଇରସ୍: ନନ୍ଦାହାଣ୍ଡିରେ ଦୁଇ ଆକ୍ରାନ୍ତ ଚିହ୍ନଟ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍‌ ପଡ଼ାଲଗୁଡ଼ା ପଞ୍ଚାୟତ​‌ରେ ଦୁଇ ଜଣ ଶିଶୁ ରୁବେଲାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଠାରୁ ୫ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ଆର୍‌ଏମ୍‌ ଆର୍‌ସି ପରୀକ୍ଷାଗାରକୁ ପଠାଯାଇଥିଲା। ସେ ମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭୂତାଣୁ ଚି଼ହ୍ନଟ ହୋଇଛି। ଏହା ଏକ ଭୂତାଣୁଜନିତ ରୋଗ। ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ଲୋକଙ୍କୁ ଏହି ରୋଗର ନିରାକରଣ ପାଇଁ ପରାମର୍ଶ ଦେଉଛନ୍ତି। ଏଭଳି ରୋଗର ଲକ୍ଷଣ ବିଷୟରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅବଗତ କରାଇଛି। ଏହି ରୋଗ ହେଲେ ମୁହଁର ରଙ୍ଗ ଗୋଲାପୀ ହେବା ସହ କାନ ଓ ବେକରେ ଛୋଟଛୋଟ ଫୋଟକା ହୋଇଥାଏ। ଏଭଳି ରୋଗ ଗର୍ଭବତୀ ମହିଳା ମାନଙ୍କୁ ହେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ଓ ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହେବାର ସମ୍ଭାବନା ରହିଥାଏ। ସଂକ୍ରମିତ ରୋଗୀମାନଙ୍କୁ ଏକାନ୍ତବାସରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଲୋକଙ୍କୁ ସଚେତନ କରାଯିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିବା ବେଳେ ଏଥିରୁ ନିବୃତ୍ତ ରହି ଡାକ୍ତରୀ ଔଷଧ ବ୍ୟବହାର ପାଇଁ ସଚେତନ କରୁଛନ୍ତି ଡାକ୍ତରୀ ଦଳ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories