www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ୫୬.୪ ପ୍ରତିଶତ ରୋଗର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ – ଆଇସିଏମଆର

ନୂଆଦିଲ୍ଲୀ : ଭାରତରେ ୫୬.୪ ପ୍ରତିଶତ ରୋଗ ଅସ୍ୱାସ୍ଥ୍ୟକର ଖାଦ୍ୟ କାରଣରୁ ହୋଇଥାଏ। ଆଇସିଏମଆର ନିଜ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆଣିଛି। ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟକର ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ୧,୨୦୦ ଗ୍ରାମ ଭୋଜନ ଆବଶ୍ୟକ। ଯାଦ୍ୱାରା ଜଣେ ବ୍ୟକ୍ତିଙ୍କୁ ୨,୦୦୦ କ୍ୟାଲୋରୀ ପ୍ରାପ୍ତ ହୋଇପାରିବ। ଥାଳିରେ ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା, ୩୦୦ ମିଲି କ୍ଷୀର କିମ୍ବା ଦହି, ୮୫ ଗ୍ରାମ ଡାଲି କିମ୍ବା ଅଣ୍ଡା, ୩୫ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୨୫୦ ଗ୍ରାମ ଭାତ ସେବନ କରିବାକୁ ପଡିବ।
ସାରା ଦିନରେ ୨୭ ଗ୍ରାମରୁ ଅଧିକ ଚିକ୍କଣ ଜିନିଷ କିମ୍ବା ତେଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ମାଂସହାରୀ ଭୋଜନରେ ସାରା ଦିନରେ ଅଧିକରୁ ଅଧିକ ୭୦ ଗ୍ରାମ୍ ଚିକେନ କିମ୍ବା ମାଂସ ଯଥେଷ୍ଟ। ବୁଧବାର ଆଇସିଏମଆର ୧୭ ଆହାର ପାଇଁ ନିର୍ଦ୍ଦେଶ ଜାରି କରିଛି।

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

- Advertisement -

ଆଇସିଏମଆର ଅନୁଯାୟୀ, ପୋଷକ ତତ୍ତ୍ୱରେ ଭରପୁର ଭୋଜନ ଗ୍ରହଣ କରିବା ଦ୍ୱାରା ୮୦ ପ୍ରତିଶତ ପର୍ଯ୍ୟନ୍ତ ମଧୁମେହ, ରକ୍ତଚାପ ହୃଦୟଜନିତ ରୋଗ ସହ ଅନ୍ୟ ମାରାତ୍ମକ ରୋଗ ହେବାର ସମ୍ଭାବନାକୁ କମ୍ କରିଥାଏ।
୬ ରୁ ୮ ମାସର ଶିଶୁ ପାଇଁ ସାରା ଦିନରେ ୬୫୦ କ୍ୟାଲୋରୀ ଆବଶ୍ୟକ। ମାଆ କ୍ଷୀର ସେବନ କରୁଥିବା ଶିଶୁଙ୍କୁ ୫୦୦ କ୍ୟାଲୋରୀ ମିଳିଥାଏ। ତେଣୁ ମାଆ କ୍ଷୀର ସହ ସକାଳେ ଓ ଖରାବେଳେ ଡାଲି, ଭାତ, ଖରାବେଳ ପରେ କଦଳୀ କିମ୍ବା ସିଝାଯାଇଥିବା ସେଓ ଓ ସନ୍ଧ୍ୟା ସମୟରେ ସାମାନ୍ୟ ଖେଚେଡି ଖୁଆଇ ପାରିବେ। ୯ ରୁ ୧୨ ମାସ ପର୍ଯ୍ୟନ୍ତ ପିଲାଙ୍କୁ ସାରା ଦିନରେ ୭୨୦ କ୍ୟାଲୋରୀ ଆବଶ୍ୟକ। ତେଣୁ ମାଆ କ୍ଷୀର ବ୍ୟତୀତ ଭାତ, ଡାଲି, ଖେଚେଡି, ଫଳର ସେବନ କରାନ୍ତୁ।

ଗର୍ଭବତୀ ମହିଳା ମାନେ ସକାଳ ୬ଟାରେ ୧୫୦ ଏମଏଲ କ୍ଷୀର ସେବନ କରିବା ଆବଶ୍ୟକ। ଯେଉଁଥିରେ ପ୍ରାୟ ୧୧୦ କ୍ୟାଲୋରୀ ପ୍ରାପ୍ତି ହୋଇଥାଏ। ସକାଳ ୮ଟାରେ ଜଳଖିଆ ଯେଉଁଥିରେ ଗହମ ଜାତୀୟ ଜିନିଷ (୬୦ ଗ୍ରାମ), ୭୫ ଗ୍ରାମ ପନିପରିବା, ୨୦ ଗ୍ରାମ ଡାଲି, ୨୦ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୫ ଗ୍ରାମ ତେଲ ରହିବା ଆବଶ୍ୟକ। ଖରାବେଳ ଦିନ ୧ଟା ଭୋଜନରେ ଭାତ (୧୦୦ ଗ୍ରାମ), ଡାଲି (୩୦ ଗ୍ରାମ), ଦହି, ଫଳର ସେବନ କରିବା ଉଚିତ୍। ୪ଟା ସମୟରେ ଡ୍ରାଏଫ୍ରୁଟ୍ସ, ୫୦ ମିଲି କ୍ଷୀର ଯଥେଷ୍ଟ।

ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories