www.samajalive.in
Saturday, December 6, 2025
16.1 C
Bhubaneswar

ପୀଡିତାକୁ ନ୍ୟାୟ ଦାବି: ଏସପି ଅଫିସ ଆଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ବ୍ରହ୍ମପୁର: ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ। ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା। ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ବିକ୍ଷୋଭ କରୁଛି। ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ଵାଳ ଏବଂ ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୂଖ ସାମିଲ ହୋଇଛନ୍ତି। ବୁଧବାର ବୈଦ୍ୟନାଥପୁର ପୁଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ କିଛି ଅଭିଯୁକ୍ତଙ୍କୁ ପୁଲିସ୍ ଛାଡି ଦେଇଥିବା ଅଭିଯୋଗ ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ ସହରର ଏକ ଘରୋଇ ସ୍କୁଲରେ ପଢୁଥିବା​‌ ପୀଡିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ। ଏହି ସମୟରେ ସହପାଠୀଙ୍କ ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିଲେ। ହେଲେ ତାଙ୍କ ଘରେ ଅନ୍ୟ ୭ଜଣ ସହପାଠୀ ଥିଲେ। ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା କରିବା ପରେ ଛାତ୍ରୀଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ମୃଦୁ ପାନୀୟ ପିଇବା ପରେ ଛାତ୍ରୀ ଜଣକ ଅଚେତ୍ ହୋଇପଡିଥିଲେ। ଏହାପରେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ପରିବାର ଲୋକ ଏ ନେଇ ଥାନାରେ ଏତଲା ଦେଇଥିଲେ। ବୁଧବାର ବୈଦ୍ୟନାଥପୁର ପୁଲିସ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories