www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନକୁ ଝଟକା – ନିର୍ବାଚନ ପ୍ରକ୍ରିୟାର ତଦନ୍ତ ଦାବି କଲେ ଆମେରିକା ଓ ବ୍ରିଟେନ

ଡେସ୍କ: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଂଘ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନିୟମିତତାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ପାକିସ୍ତାନରେ ନିର୍ବାଚନରେ ହିଂସା ଓ ପରେ ଭୋଟ ଗଣନା ଏବଂ ଫଳାଫଳକୁ ନେଇ ସନ୍ଦେହଜନକ ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ସେଠାରେ ସେନା ଦେଶର ଶାସନ ଭାର ନେବା ଭଳି ଆଶଙ୍କା ପ୍ରକାଶ ପାଇଛି। ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ପ୍ରକାଶ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଇମ୍ରାନ୍ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ନିଜ ସମର୍ଥକମାନଙ୍କୁ ଅନୁରୋଧ କରିଛି। ଅର୍ଥନୈତିକ ସଙ୍କଟ ଏବଂ ବଢୁଥିବା ଆତଙ୍କବାଦ ମଧ୍ୟରେ ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନରେ ଶ୍ରୀ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସଂସଦରେ ସର୍ବାଧିକ ଆସନ ହାସଲ କରିଥିଲେ। ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ୭୧ଟି ଆସନ ଜିତିଥିବା ବେଳେ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୩ଟି ଆସନରେ ବିଜୟୀ ହୋଇଛି। ଅବଶିଷ୍ଟ ଆସନରେ ଛୋଟ ଛୋଟ ଦଳ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏକ ଡଜନରୁ ଅଧିକ ଆସନର ଫଳାଫଳ ବାକି ରହିଛି।

ପାକିସ୍ତାନରେ ସେନା ଶାସନ ସମ୍ଭାବନା, ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ

- Advertisement -

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ସାମରିକ ସ୍ଥଳଉପରେ ଆକ୍ରମଣ ମାମଲାରେ ୧୨ଟି ମାମଲାରେ ଜାମିନ ମିଳିଛି । ତେବେ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଶ୍ରୀ ଖାନ ଜେଲରେ ଅଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ଆଇଏନ୍‌ଡିଆଇଏ ମେଣ୍ଟକୁ ବଡ ଝଟକା- ହାତ ଛାଡି ଦେଲା ଏହି ଦଳ

ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା। ଦୁହେଁ ଅଲଗା ଅଲଗା ଭାବେ ବିଜୟ ଘୋଷଣା କରିଛନ୍ତି। ପାକିସ୍ତାନରେ ନ୍ୟାସନାଲ ଆସେମ୍ବ୍ଲିର ୨୬୫ ଆସନ ପାଇଁ ମତଦାନ ହୋଇଥିଲା। ସଂଖ୍ୟାଗରିଷ୍ଠତା ପାଇଁ ଯେ କୌଣସି ଦଳକୁ ୧୩୩ଟି ଆସନ ଆବଶ୍ୟକ ରହିଛି।

କଂଗ୍ରେସ ଉପରେ ବର୍ଷିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ, କହିଲେ ଦେଶକୁ ଏକାଠି କରିବେ ଭଗବାନ ରାମ

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories