www.samajalive.in
Monday, December 15, 2025
14.1 C
Bhubaneswar

ପାକିସ୍ତାନରେ ସେନା ଶାସନ ସମ୍ଭାବନା, ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ

ଡେସ୍କ: ପାକିସ୍ତାନରେ ନିର୍ବାଚନରେ ହିଂସା ଓ ପରେ ଭୋଟ ଗଣନା ଏବଂ ଫଳାଫଳକୁ ନେଇ ସନ୍ଦେହଜନକ ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ସେଠାରେ ସେନା ଦେଶର ଶାସନ ଭାର ନେବା ଭଳି ଆଶଙ୍କା ପ୍ରକାଶ ପାଇଛି। ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ପ୍ରକାଶ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଇମ୍ରାନ୍ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ନିଜ ସମର୍ଥକମାନଙ୍କୁ ଅନୁରୋଧ କରିଛି। ଅର୍ଥନୈତିକ ସଙ୍କଟ ଏବଂ ବଢୁଥିବା ଆତଙ୍କବାଦ ମଧ୍ୟରେ ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନରେ ଶ୍ରୀ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସଂସଦରେ ସର୍ବାଧିକ ଆସନ ହାସଲ କରିଥିଲେ। ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ୭୧ଟି ଆସନ ଜିତିଥିବା ବେଳେ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୩ଟି ଆସନରେ ବିଜୟୀ ହୋଇଛି। ଅବଶିଷ୍ଟ ଆସନରେ ଛୋଟ ଛୋଟ ଦଳ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏକ ଡଜନରୁ ଅଧିକ ଆସନର ଫଳାଫଳ ବାକି ରହିଛି।

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ-ମୁଖ୍ୟମନ୍ତ୍ରୀ

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଂଘ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନିୟମିତତାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ସାମରିକ ସ୍ଥଳଉପରେ ଆକ୍ରମଣ ମାମଲାରେ ୧୨ଟି ମାମଲାରେ ଜାମିନ ମିଳିଛି । ତେବେ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଶ୍ରୀ ଖାନ ଜେଲରେ ଅଛନ୍ତି।

ମୋଦୀଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ – ସର୍ବେକ୍ଷଣରେ ଏହି ନେତା ଆଗରେ

ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା। ଦୁହେଁ ଅଲଗା ଅଲଗା ଭାବେ ବିଜୟ ଘୋଷଣା କରିଛନ୍ତି। ପାକିସ୍ତାନରେ ନ୍ୟାସନାଲ ଆସେମ୍ବ୍ଲିର ୨୬୫ ଆସନ ପାଇଁ ମତଦାନ ହୋଇଥିଲା। ସଂଖ୍ୟାଗରିଷ୍ଠତା ପାଇଁ ଯେ କୌଣସି ଦଳକୁ ୧୩୩ଟି ଆସନ ଆବଶ୍ୟକ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories