www.samajalive.in
Monday, December 15, 2025
15.1 C
Bhubaneswar

ମୋଦୀଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ – ସର୍ବେକ୍ଷଣରେ ଏହି ନେତା ଆଗରେ

ନୂଆଦିଲ୍ଲୀ – ବିଭିନ୍ନ ଜନମତ ସର୍ବେକ୍ଷଣରେ ଆସନ୍ତା ସାଧାରଣ ନିର୍ବାଚନରେ ଏନ୍‌ଡିଏ ମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏବେ ଅନ୍ୟ ନେତାଙ୍କ ଅପେକ୍ଷା ଦେଶର ଲୋକମାନେ ଅଧିକ ପସନ୍ଦ କରୁଥିବା ସୂଚନା ମିଳିଛି । ତେବେ ମୋଦୀଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ ବୋଲି ଏବେ ଅନେକ ଲୋକ ଆଶା ଏବଂ ଆଶଙ୍କାରେ । ଏହାକୁ ନେଇ ମୁଡ୍‌ ଅଫ୍‌ ଦି ନେସନ୍‌ ନାମରେ ଏକ ସର୍ଭେ ବା ସର୍ବେକ୍ଷଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ଏଥିରୁ ଜଣା ପଡିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରାଧିକାରୀ ଭାବେ ହୋଇଥିବା ସର୍ବେକ୍ଷଣରେ ୨୯ ପ୍ରତିଶତ ଲୋକ ଅମିତ ଶାହଙ୍କୁ ପସନ୍ଦ କରିଥିବା ବେଳେ ୨୫ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ନିଜ ପସନ୍ଦର ନେତା ବୋଲି କହିଛନ୍ତି । ୧୬ ପ୍ରତିଶତ ଲୋକ ନୀତିନ ଗଡକରୀଙ୍କୁ ମୋଦୀଙ୍କୁ ଉତ୍ତରାଧିକାରୀ ଭାବେ ବାଛିଛନ୍ତି ।

- Advertisement -

ଡିସେମ୍ବର ୧୫ ,୨୦୨୩ ଏବଂ ୨୮ ଜାନୁଆରୀ ୨୦୨୪ରେ ଏହି ସର୍ବେକ୍ଷଣ କରାଯାଇଥିଲା । ଏଥିରେ ୩୫,୮୦୧ ଜଣ ଲୋକ ଅଂଶ ଗ୍ରହଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories