www.samajalive.in
Saturday, December 6, 2025
15.1 C
Bhubaneswar

ଅତ୍ୟଧିକ ଗୁଜୁରାତି ଖାଇବା ଶରୀର ପାଇଁ କ୍ଷତିକାରକ

ପ୍ରାଚୀନ କାଳରୁ ଗୁଜୁରାତିକୁ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଗୁଜୁରାତିରେ ଆଇରନ, ଭିଟାମିନ-ସି, ନିୟାସିନ, ପୋଟାସିୟମ, ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି। ଏହାର ବ୍ୟବହାର ସମସ୍ତ ପ୍ରକାର ଖାଦ୍ୟଦ୍ରବ୍ୟରେ କରାଯାଇଥାଏ। ଏହା ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ଭଲ ବାସ୍ନା ହୋଇଥାଏ। ଏହାକୁ ଖାଇବା ଦ୍ବାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। ଗୁଜୁରାତିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଅଧିକ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ଗୁଜୁରାତି ଖାଇବା ଦ୍ବାରା କ’ଣ କ୍ଷତି ହୋଇଥାଏ ..

- Advertisement -

ଗୁଜୁରାତିର ଅଧିକ ସେବନ ଦ୍ବାରା ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରେ ଦାଗ ହୋଇଥାଏ ଓ ଲାଲ ରଙ୍ଗର ଚିହ୍ନ ହୋଇଥାଏ।

ଅଧିକ ଗୁଜୁରାତି ଖାଇବା ଦ୍ବାରା ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା, ତଣ୍ଟି ଦରଜ ଓ ନିଦ୍ରାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଗୁଜୁରାତି ସଠିକ ପରିମାଣରେ ଖାଇବା ଉଚିତ।

ଗୁଜୁରାତିର ଦାନା ଅଧିକ ଖାଇବା ଦ୍ବାରା ବାନ୍ତି ହୋଇଥାଏ। ତେଣୁ ଗୁଜୁରାତିକୁ ଠିକ ମାତ୍ରାରେ ​‌ଖାଇବା ଉଚିତ।

ଗୁଜୁରାତି ଖାଇବା ଦ୍ବାରା ଯଦି ଆପଣଙ୍କ ଶରୀରରେ ଏଲର୍ଜି ହେଉଥାଏ, ତେବେ ଆପଣ ତାହା ଖାଆନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଚର୍ମରେ କୁଞ୍ଚନ ହେବା ସହ କୁଣ୍ଡାଇ ହୋଇଥାଏ। ଶୀତଦିନେ ଏହିପରି ସମସ୍ୟା ଅଧିକ ହୋଇଥାଏ।

ଅଧିକ ଗୁଜୁରାତି ଖାଇବା ଦ୍ବାରା ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ। ଏହାସହ ପିତ୍ତକୋଷରେ ଷ୍ଟୋନ ହୋଇପାରେ। କିଡନୀ ରୋଗରେ ଯଦି ଆପଣ ଆକ୍ରାନ୍ତ ତେବେ ଗୁଜୁରାତି ଖାଆନ୍ତୁ ନାହିଁ।

ଯଦି ଆପଣ କୌଣସି ପ୍ରକାରର ଔଷଧ ସେବନ କରୁ ଥାଆନ୍ତି, ତେବେ ଗୁଜୁରାତି ଖାଆନ୍ତୁ ନାହିଁ। କାରଣ ଗୁଜୁରାତିରେ ଥିବା ଏନଜାଇମ ଔଷଧ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories