www.samajalive.in
Saturday, December 6, 2025
19.1 C
Bhubaneswar

ସମସ୍ତ ସମସ୍ୟାରୁ ରକ୍ଷା କରେ ଫିଟିକିରି

ଫିଟିକିରି ଏକ ଆଣ୍ଟି-ବ୍ୟାକ୍ଟେରିୟଲ ଔଷଧ ଅଟେ। ଏହାର ବ୍ୟବହାର ପ୍ରାଚୀନ କାଳରୁ ହୋଇ ଆସୁଛି। ଖଣ୍ଡିଆ ହେବା, ହାତ କଟିଯିବା କିମ୍ବା ପୋଡି ଯିବା ପରି ସମସ୍ୟା ହେଲେ ଫିଟିକିରିର ବ୍ୟବହାର କରିଥାଉ। ଆୟୁର୍ବେଦରେ ଫିଟିକିରିର ଅନେକ ଲାଭ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ, ଫିଟିକିରି ଦ୍ବାରା ୨୩ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଖଣ୍ଡିଆ ହେଲେ, ଝାଳର ଦୁର୍ଗନ୍ଧ ନିମନ୍ତେ, ଦାନ୍ତର ସମସ୍ୟା ପାଇଁ ଏହାର ବ୍ୟବହାର କରାଯାଇଥାଏ।

ଦାନ୍ତ ସମସ୍ୟା :

- Advertisement -

ମୁହଁ ଦୁର୍ଗନ୍ଧ ହେଉଥିଲେ, ଦାନ୍ତରେ କୌଣସି ପ୍ରକାର ବିନ୍ଧା ହେଲେ ଫିଟିକିରିର ବ୍ୟବହାର କରି ପାରିବା। ଫିଟିକିରି ଏକ ପ୍ରାକୃତିକ ମାଓଥ ୱାଶ୍ ପରି କାର୍ଯ୍ୟ କରିଥାଏ। ଫିଟିକିରି ପାଣିରେ କୁଳି କରିବା ଦ୍ବାରା ଦାନ୍ତ ବିନ୍ଧା ଭଲ ହୋଇଥାଏ।

ଝାଳର ଦୁର୍ଗନ୍ଧ :

ଚର୍ମରେ ବ୍ୟାକ୍ଟେରିଆ କାରଣରୁ ଶରୀରରେ ଝାଳ ନିର୍ଗତ ହୋଇଥାଏ। ତେଣୁ ଫିଟିକିରିକୁ ପ୍ରଥମେ ଗୁଣ୍ଡ କରି ଦିଅନ୍ତୁ। ତାକୁ ଅଳ୍ପ ପରିମାଣରେ ପାଣିରେ ମିଶାଇ ଦିଅନ୍ତୁ। ପ୍ରତିଦିନ ଏପରି କରି ସ୍ନାନ କରିବା ଦ୍ବାରା ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇ ପାରିବା।

କାଶ ସମସ୍ୟା :

ଶୀତ ଦିନେ ପ୍ରାୟତଃ କାଶ, କଫ ଜନିତ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଫିଟିକିରିର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ। ଫିଟିକିରିକୁ ଗୁଣ୍ଡ କରି ମହୁ ସହ ଅଳ୍ପ ପରିମାଣରେ ଖାଆନ୍ତୁ। ଏହାଦ୍ବାରା କାଶ ଓ କଫ ସମସ୍ୟା ଦୂର ହୋଇଥାଏ।

ଉକୁଣି ମାରିବା :

ପୂର୍ବରୁ କୁହାଯାଇଛି ଯେ, ଫିଟିକିରିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ତେଣୁ ମୁଣ୍ଡରେ ଉକୁଣି ହେଲେ ସେଥିରୁ ରକ୍ଷା କରିଥାଏ ଫିଟିକିରି। ଯଦି ଆପଣଙ୍କ କେଶରେ ଉକୁଣି ହୋଇଥାଏ ତେବେ ପ୍ରତିଦିନ ପାଣିରେ ଫିଟିକରି ମିଶାଇ କେଶ ଧୂଅନ୍ତୁ। ଏପରି କରିବା ଦ୍ବାରା କେଶରେ ଉକୁଣି ମରିଯାଏ।

ଖଣ୍ଡିଆ ହେଲେ :

ଖଣ୍ଡିଆ ହୋଇଗଲେ ସେଥିରେ ଫିଟିକିରି ବ୍ୟବହାର କରିବା ଉଚିତ। ଖଣ୍ଡିଆ ହୋଇ ରକ୍ତ ବାହାରୁ ଥିଲେ ଫିଟିକିରିକୁ ପାଣି ମିଶାଇ ସେହି ଜାଗାକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ସଙ୍ଗେ ସଙ୍ଗେ ରକ୍ତ ବୋହିବା କମ ହୋଇଯିବ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories