www.samajalive.in
Monday, December 15, 2025
26.1 C
Bhubaneswar

ଦେଶ ନିର୍ମାଣରେ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ନୂତନ ନୂତନ ଟେକ୍ନୋଲୋଜି ଅଣାଯିବା ସହ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ଅନୁଷ୍ଠାନ ତିଆରି କରିବା ଉପରେ ଆଲୋକପାତ କରିଥିଲେ। ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱରେ ଭାରତକୁ ମାନବବଳର ପେଣ୍ଠସ୍ଥଳୀ କରିବା ଏବଂ ସମଗ୍ର ହାଇଡ୍ରୋକାର୍ବନ ଓ ଉର୍ଜା ଶୃଙ୍ଖଳାରେ ଗବେଷଣା ଏବଂ ବିକାଶ ପାଇଁ ଏହି ଶିଳ୍ପକୁ ଭବିଷ୍ୟତର ନେତୃତ୍ୱକାରୀମାନଙ୍କୁ ଗଢିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଶର ରାଇବରେଲି, ଶିବଶାଗର ଏବଂ ବାଙ୍ଗାଲୋର ଠାରେ ରାଜୀବ ଗାନ୍ଧୀ ପେଟ୍ରୋଲିୟମ ଟକ୍ନୋଲୋଜି ସଂସ୍ଥା (ଆରଜିଆଇପିଟି) ଏବଂ ବିଶାଖାପାଟଣାରେ ଭାରତୀୟ ପେଟ୍ରୋଲିୟମ ଉର୍ଜା ସଂସ୍ଥା (ଆଇଆଇପିବି) ଭଳି ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଛି।

ସେ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନ ଗୁଡିକ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ପଲିସି ଫ୍ରେମୱାର୍କ, ଗବେଷଣା ଏବଂ ବିକାଶ ତଥା ଦେଶର ଉର୍ଜା କ୍ଷମତା ପାଇଁ ମାନବ ସମ୍ବଳ ମଧ୍ୟ ପ୍ରଦାନ କରିବାରେ ସହାୟକ ହେବ। ସେହିପରି ବିଶ୍ୱବିଦ୍ୟାଳୟଗୁଡିକରେ ଦିଆଯାଉଥିବା ଜ୍ଞାନ ଦେଶର ଅର୍ଥନୀତିର ବିକାଶ ସହ ଜଡିତ। କେବଳ ଯେ ସ୍ଥିତାବସ୍ଥା ନୁହେଁ ଦ୍ରୁତ ବିକାଶର ବାର୍ତାବହ ବିଶ୍ୱବିଦ୍ୟାଳୟ ହେବ। ବିଶ୍ୱବିଦ୍ୟାଳୟ ପରୋକ୍ଷ ଭାବରେ ଦେଶର ଅର୍ଥନୀତି ପାଇଁ ମଧ୍ୟ କାର୍ୟ୍ୟ କରେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀରେ ୪୬ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ବିଶେଷଭାବରେ କୃଷି, ଫାର୍ମାସିୟୁଟିକାଲ, ଡିଜାଇନ, ଫ୍ୟାସନ, ପେଟ୍ରୋଲିୟମ ଏବଂ ଏନର୍ଜି, ଯୋଜନା ଏବଂ ଆର୍କିଟେକ୍‍ଚର, ସୂଚନା ପ୍ରଯୁକ୍ତି ଭଳି ଉଚ୍ଚ ଶିକ୍ଷା କ୍ଷେତ୍ରର ମୁଖ୍ୟମାନେ ସାମିଲ ଥିଲେ। ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟରୁ ଆସିଥିବା ମୁଖ୍ୟମାନେ ଛାତ୍ର ଉଦ୍ୟୋଗୀ, ନିର୍ମାଣ ଶିଳ୍ପ ଏବଂ ବିଶ୍ୱବିଦ୍ୟାଳୟର ଭିତିଭୂମି ପ୍ରକଳ୍ପ ପ୍ରଭୁତି ଉପରେ ଉପସ୍ଥାପନ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories