www.samajalive.in
Sunday, December 7, 2025
13.1 C
Bhubaneswar

କର୍ମଚାରୀଙ୍କ ବେତନ ଚିନ୍ତା

ଶ୍ରମଜୀବୀ କର୍ମଚାରୀଙ୍କ ବେତନ ହ୍ରାସ ନେଇ ଚିନ୍ତା ପ୍ରକଟ କରିଛି ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ। ପୁନର୍ବାର ଯଦି ମାନ୍ଦାବସ୍ଥା ଆସେ ତେବେ ଚିନ୍ତାଜନକ ହେବ ବୋଲି କୁହାଯାଇଛି। ବେତନଭୋଗୀ କର୍ମଚାରୀମାନେ ସର୍ବଦା ନିଜ ଦରମାକୁ ନେଇ ଆକଳନ କରିଥାନ୍ତି। ଇତିମଧ୍ୟରେ କର୍ମଚାରୀଙ୍କ ଦରମାକୁ ନେଇ ମିଶ୍ରିତ ଖବର ଦେଖିବାକୁ ମିଳିଛି। ଅନ୍ତର୍ରାଷ୍ଟ୍ରୀୟ ଶ୍ରମ ସଂଗଠନ ଅନୁସାରେ ବିଶ୍ୱର ଶ୍ରମିକ ଓ କର୍ମଚାରୀଙ୍କ ବେତନ ବଢ଼ିବା ଗତି ଧିମେଇ ଯାଇଛି। ସାରା ଦୁନିଆରେ ୨୦୧୬ରେ କର୍ମଚାରୀଙ୍କ ବେତନ ବୃଦ୍ଧି ଗତି ୨.୪ ପ୍ରତିଶତ ରହିଥିଲା। ବର୍ଷେ ପରେ ଏହା ୧.୮ ପ୍ରତିଶତକୁ ଖସିଆସିଛି। ବିକଶିତ କୁହାଯାଉଥିବା ରାଷ୍ଟ୍ରମାନଙ୍କରେ ଦରମା ହ୍ରାସ ଗତି ଅଧିକ। କେଉଁଠିକେଉଁଠି ମୂଳ ଦରମାରୁ କମ୍‌ ଦରମା ମିଳୁଥିବା ଦେଖାଯାଇଛି। ସବୁ ରାଷ୍ଟ୍ରରେ ଏହା ସମାନ ନୁହେଁ। ସବୁଠାରୁ ଭଲ ଖବର ହେଉଛି ଏହି ସମୟରେ ଭାରତରେ ବେତନ ବୃଦ୍ଧି ହାର ସର୍ବାଧିକ ୫ ପ୍ରତିଶତ ହୋଇଛି, ଯାହାକି ସମଗ୍ର ଦକ୍ଷିଣ ଏସିଆରେ ସର୍ବାଧିକ। ଭାରତ ସହ ଚୀନର ସ୍ଥିତି ମଧ୍ୟ ସମାନ, କିନ୍ତୁ ଆମେରିକା ଓ ୟୁରୋପରେ କର୍ମଚାରୀ ନିଜ ଦରମାର ମନ୍ଥର ଗତିକୁ ନେଇ ଚିନ୍ତିତ ।
ଏକ ଖବର ଉପରେ ନଜର ପକାଇଲେ ବେତନ ସମସ୍ୟା କେତେ ଜଟିଳ ତାହା ଦେଖିବାକୁ ମିଳିବ। ଶ୍ରମ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଭାରତର ୪୧ ପ୍ରତିଶତ କର୍ମଚାରୀ ନିଜ ଶ୍ରମ ଅନୁସାରେ କମ୍‌ ବେତନ ପାଉଥିବା ଦର୍ଶାଯାଇଛି। ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଏହି ଅସନ୍ତୋଷ ଭାରତରେ କମ୍‌ ଥିବା ବେଳେ ଚୀନରେ ଅଧିକ।
ଅନ୍ତର୍ରାଷ୍ଟ୍ରୀୟ ଶ୍ରମ ସଂଗଠନ ୧୩୬ଟି ରାଷ୍ଟ୍ରର ୨୦୦୮ରୁ ୨୦୧୭ ଦଶ ବର୍ଷର କର୍ମଚାରୀଙ୍କ ବେତନକୁ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ସମୟରେ କର୍ମଚାରୀଙ୍କ ସ୍ଥିତି କ’ଣ ତାହା ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା। କୌତୂହଳର ବିଷୟ ହେଉଛି ଆର୍ଥିକ ମାନ୍ଦାବସ୍ଥା ସମୟରେ ଏହାର ପ୍ରଭାବ ଭାରତ ଓ ଚୀନ ସହିତ କିଛି ଦେଶରେ ବିଶେଷ ପଡ଼ି ନଥିଲା। ଯଦିଓ ପ୍ରଗତିରେ ବାଧା ସୃଷ୍ଟି ହୋଇଥିଲା କିନ୍ତୁ ଅର୍ଥ ବ୍ୟବସ୍ଥା ଭୁଶୁଡ଼ିବା ପରି ଅବସ୍ଥା ଆସି ନଥିଲା। ଏବେ କର୍ମଚାରୀଙ୍କ ବେତନର ରିପୋର୍ଟରେ ମଧ୍ୟ ଏକା ସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ପଶ୍ଚିମ ଦେଶ, ବିଶେଷ କରି ଆମେରିକା କର୍ମଚାରୀଙ୍କ ଚିନ୍ତା ପ୍ରକଟ କରି ସଂରକ୍ଷଣବାଦ ଆଡ଼କୁ ମୁହାଁଉଛି। ଚୀନ ଉପରେ ନିର୍ଭରଶୀଳତା କମାଇଥିବା ବେଳେ ଭାରତ ଭଳି ରାଷ୍ଟ୍ରଗୁଡ଼ିକ ଉପରୁ ଆମଦାନୀ କମାଇଛି। ଏହା ସତ୍ତ୍ୱେ ପୁନର୍ବାର ଆର୍ଥିକ ମାନ୍ଦାବସ୍ଥା ଆସିପାରେ ବୋଲି ଚିନ୍ତା ପ୍ରକଟ କରାଯାଇଛି। ମାନ୍ଦାବସ୍ଥାର ମୁକାବିଲା କରିିବା ପାଇଁ କର୍ମଚାରୀଙ୍କ କ୍ରୟ କ୍ଷମତା ବୃଦ୍ଧି ଦିଗରେ ପ୍ରାୟ ସବୁ ରାଷ୍ଟ୍ର ଉଦ୍ୟମ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories