www.samajalive.in
Sunday, December 7, 2025
14.1 C
Bhubaneswar

ସୁବିଧାରେ ପାସ୍‌ପୋର୍ଟ

ବିଗତ କିଛିବର୍ଷ ଧରି ସରକାର ପାସ୍‌ପୋର୍ଟ ତିଆରି ପ୍ରକ୍ରିୟାକୁ ସରଳ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆବେଦନ କରିବାର ନିୟମଗୁଡ଼ିକୁ ମଧ୍ୟ ଅଧିକ ସହଜ କରାଯାଇଛି। ନିକଟ ଅତୀତରେ ଅନଲାଇନରେ ଆବେଦନ କରିବାର ବ୍ୟବସ୍ଥା କରାଯିବାପରେ ଏହା ଅଧିକ ସହଜ ହୋଇଛି। ତା’ସତ୍ତ୍ବେ ପାସ୍‌ପୋର୍ଟ ହାତରେ ନଧରିବା ପର୍ଯ୍ୟନ୍ତ ବର୍ତ୍ତମାନ ମଧ୍ୟ ଏକ କଷ୍ଟକର ବ୍ୟାପାର ବୋଲି ଧରାଯାଉଛି। ଏହାର ସବୁଠୁ ବଡ଼ କାରଣ ପାସ୍‌ପୋର୍ଟ ତିଆରି କାର୍ଯ୍ୟାଳୟଗୁଡ଼ିକ କେତେକ ବଡ଼ ସହରରେ ହିଁ ରହିଛି। ସେଠାକୁ ବାରମ୍ବାର ଦୌଡ଼ିବା ବି ସମ୍ଭବ ହୁଏ ନାହିଁ। ଉପରୋକ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି, ଯାହା ବାସ୍ତବରେ କାର୍ଯ୍ୟକାରୀ ହେଲେ ନାଗରିକଙ୍କ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ହାସଲ କରିବା ବହୁତ ସହଜ ହୋଇଯିବ। ନିକଟରେ ନିଉୟର୍କସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ପାସ୍‌ପୋର୍ଟ ସେବା କାର୍ଯ୍ୟକ୍ରମ ଆରମ୍ଭ କରିବା ଅବସରରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଘୋଷଣା କରିଛନ୍ତି ଯେ ଆସନ୍ତାବର୍ଷ ମାର୍ଚ ସୁଦ୍ଧା ଦେଶର ସମସ୍ତ ପାଞ୍ଚଶହ ତେୟାଳିଶ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ପାସ୍‌ପୋର୍ଟ ସେବାକେନ୍ଦ୍ର ଖୋଲାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶର ପ୍ରତ୍ୟେକ ପୋଷ୍ଟଅଫିସରେ ଗୋଟିଏ ପାସ୍‌ପୋର୍ଟ କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି। ଏହା ନିଶ୍ଚିତଭା​‌େ​‌ବ ଏକ ସ୍ବାଗତଯୋଗ୍ୟ ପ୍ରୟାସ।
ଗତ କେଇବର୍ଷ ମଧ୍ୟରେ ବ୍ୟବସ୍ଥାକୁ ସାମାନ୍ୟ ସରଳ କରାଯିବାପରେ ପାସ୍‌ପୋର୍ଟ ତିଆରି କରିବାର ଲୋକଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏକ ପରିସଂଖ୍ୟାନ ଅନୁଯାୟୀ ୨୦୧୭ରେ ପାସ୍‌ପୋର୍ଟ ସମ୍ବନ୍ଧୀୟ ସେବାରେ ୧୯ ଶତାଂଶ ବୃଦ୍ଧି ଦେଖାଯାଇଛି। ଏହାସତ୍ତ୍ବେ ଏବେ ମଧ୍ୟ ସାଂଗେସାଂଗେ ବିନା ବାଧାରେ ପାସ୍‌ପୋର୍ଟ ମିଳିବା ସହଜ ହେଉନାହିଁ। ଯଦି ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଏହି କାର୍ଯ୍ୟାଳୟ ଖୋଲିବ, ତେବେ ନିଶ୍ଚିତଭାବେ ଲୋକଙ୍କ ସମସ୍ୟା ଦୂର ହୋଇପାରିବ। ବିଦେଶ ଯାତ୍ରାଠାରୁ ଆରମ୍ଭ କରି ଜାତୀୟ ପରିଚୟପତ୍ର ଭାବେ ପାସ୍‌ପୋର୍ଟକୁ ଏକ ସମ୍ବେଦନଶୀଳ ଦସ୍ତାବିଜ୍ ଭାବେ ଧରାଯାଏ। ତେଣୁ ଏହାକୁ ତିଆରି କରିବା ପ୍ରକ୍ରିୟାରେ ସାବଧାନତା ଅବଲମ୍ବନ କରାଯିବା ବିଧେୟ; କିନ୍ତୁ ପ୍ରକ୍ରିୟାକୁ ଏତେ ବି ଜଟିଳ କରାଯିବା ଅନୁଚିତ ଯେ ଲୋକଙ୍କ ପାଇଁ ତାହା ପ୍ରତିବନ୍ଧକ ପାଲଟିବ। ସରକାର ଯଥାଶୀଘ୍ର ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଆବଶ୍ୟକ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories