www.samajalive.in
Thursday, December 11, 2025
16.1 C
Bhubaneswar

ନିର୍ଭୀକ ମହାତ୍ମା

ସେ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ସତ୍ୟାଗ୍ରହ ଆନ୍ଦୋଳନ ଖୁବ୍‌ ଜୋର୍‌ଦାର ଚାଲିଥାଏ। ଇଂରେଜମାନଙ୍କ କବଳରୁ ଦେଶ ମାତୃକାକୁ ମୁକ୍ତ କରିବା ପାଇଁ ବାପୁଙ୍କ ଡାକରାରେ ଦେଶପ୍ରେମୀମାନେ ସ୍ବାଧୀନତା ସଂଗ୍ରାମରେ ଅପୂର୍ବ ଉତ୍ସାହ, ଉନ୍ମାଦନାରେ ଯୋଗ ଦେଉଥାନ୍ତି। ସତ୍ୟାଗ୍ରହର କାୟା ବିସ୍ତାରରେ ଇଂରେଜ ସରକାର ଭୟଭୀତ ହୋଇପଡ଼ିଥିଲେ। ଏହାର ନାୟକ ମହାତ୍ମାଙ୍କ ଉପରେ ଇଂରେଜ ଅଧିକାରୀମାନେ ଅତିମାତ୍ରାରେ କ୍ଷୁବ୍ଧ ଥିଲେ। ଆନ୍ଦୋଳନ ପ୍ରସାରିତ ହେଉଥିବା ଦେଖି ଇଂରେଜ ସରକାରଙ୍କ ଆଖିରୁ ନିଦ ହଜିଯାଇଥିଲା। ଏକଦା ଜନୈକ ଇଂରେଜ ଅଧିକାରୀ କ୍ଷୁବ୍ଧ ହୋଇ କହିପକାଇଥିଲେ- ‘ଯଦି ସେହି ଗାନ୍ଧୀ ମୋତେ କେଉଁଠି ମିଳିଯାଆନ୍ତେ ତା’ହେଲେ ମୁଁ ତାଙ୍କୁ ଗୁଳିରେ ଉଡ଼ାଇ ଦିଅନ୍ତି।’ ଗୁଳିଗୋଳା, ବନ୍ଧୁକର ବ୍ୟବହାରରେ ସଉକ ରଖିଥିବା ଇଂରେଜ ସରକାରଙ୍କ ପ​‌େ​‌କ୍ଷ ଏଭଳି ଉକ୍ତି ଖୁବ୍‌ ସହଜ ଥିଲା।
ଏକଥା ଲୁଚି ରହିନଥିଲା। ସତ୍ୟାଗ୍ରହୀଙ୍କ ମଧ୍ୟରୁ କେହିକେହି ଏହା ଶୁଣିପାରିଥିଲେ। କଥାଟା ମହାତ୍ମାଙ୍କ କାନରେ ବାଜିଥିଲା। ଦେଶ ନିମନ୍ତେ ସର୍ବସ୍ବ ତ୍ୟାଗ କରିଦେଇଥିବା ବାପୁ ଏଥ​‌େ​‌ର ଡରିଯାଇ ନଥିଲେ। ଏହାକୁ ସାମନା କରିବା ସାହସ ତାଙ୍କଠାରେ ଥିଲା।
ଇଂରେଜ ଅଧିକାରୀଙ୍କ ଦାମ୍ଭିକତା ପରଖିବା ନିମନ୍ତେ ପରବର୍ତ୍ତୀ ସମୟରେ ସେ ସମସ୍ତଙ୍କ ଅଜାଣତରେ ସେହି ଅଧିକାରୀଙ୍କ ବଙ୍ଗଳାରେ ପହଞ୍ଚି ଯାଇଥିଲେ। ସେ ସମୟରେ ଗୋରା ସାହେବ ଜଣକ ଶୋଇଥିଲେ। ସାକ୍ଷାତ ହେବାପରେ ବାପୁ ସେହି ଅଧିକାରୀଙ୍କୁ କହିଥିଲେ- ମୁଁ ହିଁ ତୁମେ ଖୋଜୁଥିବା ସେହି ଗାନ୍ଧୀ। ମୋତେ ଗୁଳି କରିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି ନା। ଏବେ ମୁଁ ତୁମ ସାମନାକୁ ଚାଲିଆସିଛି, କୌଣସି ଅସୁବିଧା ହେବନାହିଁ। କେହି ବି ଜାଣିବେ ନାହିଁ। ପାରୁଛ ତ ମୋତେ ଗୁଳି କରିପାର। ମୁଁ ସେ ନିମନ୍ତେ ଏକାଏକା ତୁମ ବଙ୍ଗଳାକୁ ଚାଲିଆସିଛି।
ଇଂରେଜ ଅଧିକାରୀଜଣକ ବାପୁଙ୍କ ବିଷୟରେ ଅନେକ କଥା ଶୁଣିଥିଲେ, ହେଲେ ତାଙ୍କୁ ସ୍ବଚକ୍ଷୁ​‌େ​‌ର ଦେଖି ନଥିଲେ। ଗାନ୍ଧୀଙ୍କୁ ସମ୍ମୁଖରେ ଏକାକୀ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ। ଏତେ ଅାସ୍ପର୍ଦ୍ଧାର ସହ ଗୁଳିକରିବା ପାଇଁ କହୁଥିବା ଗୋରା ଅଧିକାରୀଜଣକ ସେଦିନ ଘାବରେଇ ଯାଇଥିଲେ। ତାଙ୍କ ତୁଣ୍ଡ ସେଦିନ ବନ୍ଦ ହୋଇଯାଇଥିଲା। କାଷ୍ଠ ପିତୁଳା ଭଳି ସମ୍ମୁଖରେ ଠିଆ ହୋଇ ସେ ଗାନ୍ଧୀଙ୍କ ସାହସିକତା, ମହନୀୟତା, ଉଦାରତାକୁ ତଉଲୁଥିଲେ। ଆକଳନ କରୁଥିଲେ ତାଙ୍କ ଭିତରେ ଥିବା ମଣିଷପଣିଆକୁ ଯେଉଁଥିପାଇଁ ସେ ସହସ୍ରସହସ୍ର ଭାରତୀୟଙ୍କ ନିକଟରେ ପୂଜ୍ୟ, ନମସ୍ୟ ହୋଇଛନ୍ତି। ଏହି କଳ୍ପନାତୀତ ଘଟଣାକୁ ସମ୍ମୁଖରେ ଅବଲୋକନ କଲାପରେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଯାଇଥିଲା; ମହାତ୍ମାଙ୍କ ଭିତରେ ଥିବା ମହାଭାବକୁ ସେ ଉପଲବ୍ଧି କରିପାରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories