www.samajalive.in
Sunday, December 7, 2025
14.1 C
Bhubaneswar

‘ସମ୍ମାନ’ର ଅସମ୍ମାନ

ବେଳେବେଳେ କେତେକ ବ୍ୟକ୍ତିଙ୍କୁ ଏତେ ଉଚ୍ଚ ସମ୍ମାନ ପ୍ରଦାନ କରାଯାଏ ଯେ ପରବର୍ତ୍ତୀ ସମୟରେ ତାକୁ ସମ୍ଭାଳିବା ତାଙ୍କ ପାଇଁ ସହଜ ହୋଇନଥାଏ। ଅଙ୍ଗ୍ ସାନ ସୁ କୀଙ୍କ ସହ ବୋଧହୁଏ ସେପରି ଘଟିଛି। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ସୁ କୀ ଏକଦା ଯେଉଁ ସଂଘର୍ଷ ଓ ମାନବାଧିକାରର ଲଢ଼େଇ ପାଇଁ ବିଶ୍ବରେ ଖ୍ୟାତି ଅର୍ଜିଥିଲେ, ଆଜି ସେହି ପ୍ରସଙ୍ଗରେ ହିଁ ସେ ସମାଲୋଚିତ ହେଉଛନ୍ତି; କାରଣ ତାଙ୍କ ଦେଶ ମ୍ୟାଁମାରରେ ସୈନ୍ୟ ଅଭିଯାନ ଯୋଗୁଁ ଲକ୍ଷଲକ୍ଷ ରୋହିଙ୍ଗ୍ୟା ମୁସଲମାନଙ୍କ ପଳାୟନ ସତ୍ତ୍ବେ ସୁ କୀ ସେଥିପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି। ଏହି କାରଣରୁ ସୁ କୀଙ୍କୁ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟରତ ସଂଗଠନ ‘ଏମନେଷ୍ଟି ଇଣ୍ଟରନେସନାଲ’ ୨୦୦୯ ମସିହାରେ ପ୍ରଦାନ କରିଥିବା ତା’ର ସର୍ବୋଚ୍ଚ ସମ୍ମାନ ‘ଆମ୍ବାସାଡର ଅଫ୍ କନସାଇନ୍ସ ଆୱାର୍ଡ’କୁ ଇତିମଧ୍ୟରେ ପ୍ରତ୍ୟାହାର କରିନେଇଛି। ସେ ନଜରବନ୍ଦୀ ଥିବାବେଳେ ତାଙ୍କ ସଂଘର୍ଷକୁ ସମ୍ମାନିତ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଛି, ‘‘ସୁ କୀଙ୍କ ବର୍ତ୍ତମାନର ଆଭିମୁଖ୍ୟ ନିରାଶାଜନକ ଓ ଏବେ ସେ ଆଶା, ସାହସ ଓ ମାନବଧିକାର ସୁରକ୍ଷାର ପ୍ରତୀକ ହୋଇ ରହିନାହାନ୍ତି।’’ ଉଲ୍ଲେଖଯୋଗ୍ୟ, ଠିକ୍‌ ବର୍ଷକ ତଳେ ଅକ୍ସଫୋର୍ଡର ସେଣ୍ଟ ହ୍ୟୁ କଲେଜ ନିଜର ଏହି ପୂର୍ବ ଛାତ୍ରୀଙ୍କ ଚିତ୍ର ଗଭର୍ଣ୍ଣିଂ ବଡିର ପ୍ରବେଶଦ୍ବାରରୁ ହଟାଇ ନେଇଥିଲା ଓ ଅକ୍ସଫୋର୍ଡ ସହରର ପ୍ରତିଷ୍ଠିତ ‘ଫ୍ରିଡମ ଅଫ୍ ଦ ସିଟି ଅଫ୍ ଅକ୍ସଫୋର୍ଡ ଆୱାର୍ଡ’ ମଧ୍ୟ ତାଙ୍କଠାରୁ ଫେରାଇ ନେଇଥିଲା। ସୁ କୀଙ୍କ ଆଭିମୁଖ୍ୟକୁ ଅକ୍ସଫୋର୍ଡର ବିବିଧତାପୂର୍ଣ୍ଣ ଓ ମାନବୀୟ ପରମ୍ପରା ଓ ପ୍ରତିଷ୍ଠାକୁ କଳଙ୍କିତ କରିବା ଭଳି କହି ଅକ୍ସଫୋର୍ଡ ତାଙ୍କଠାରୁ ଡକ୍ଟରେଟ୍ ଉପାଧିକୁ ମଧ୍ୟ ପ୍ରତ୍ୟାହାର କରିଥିଲା।
ଏହା ସତ୍ୟ ଯେ ରାଜନୀତି ଓ କ୍ଷମତା ଏଭଳି ଜିନିଷ ଯାହାର ପ୍ରାପ୍ତିପରେ ସଂଘର୍ଷର କଣ୍ଟକିତ ପଥକୁ ଯିବା ଆଉ ସହଜ ହୋଇପାରେନା। ତେବେ ସୁ କୀଙ୍କ ଭଳି ସଂଘର୍ଷରତା ମହିଳାଙ୍କଠାରୁ ତାହା ଆଶା କରାଯାଏନା। ସେହି କାରଣରୁ ହିଁ ତାଙ୍କୁ ପ୍ରଦତ୍ତ ସମ୍ମାନଗୁଡ଼ିକ ଏବେ ଅସମ୍ମାନ ପରି ମନେହେଉଛି। ତେବେ ତାଙ୍କଠାରୁ ସମ୍ମାନ ପ୍ରତ୍ୟାହାର କରିନେବାର ଔଚିତ୍ୟ କେତେ, ତାହା ମଧ୍ୟ ବିଚାରଯୋଗ୍ୟ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories