www.samajalive.in
Sunday, December 14, 2025
17.1 C
Bhubaneswar

ଅଜ୍ଞାତ ପାପ ଫଳ

ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ସ୍ବକୃତ ପାପର ଫଳ ସମୟାନୁସାରେ କର୍ତ୍ତାଙ୍କୁ ଅବଶ୍ୟ ଭୋଗିବାକୁ ହୋଇଥାଏ। ଏହା ଧ୍ରୁବ ସତ୍ୟ। ଏହା ଯଦି କୌଣସି କାରଣବଶତଃ ଗୋଟିଏ ଜନ୍ମରେ ଶେଷ ହୋଇ ନପାରିଲା ତେବେ ପରବର୍ତ୍ତୀ ଜନ୍ମ ପାଇଁ ଏହା ସଞ୍ଚିତ ହୋଇ ରହିଥାଏ। କାରଣ ଈଶ୍ବର କେବଳ ଶୁଭ (ପୁଣ୍ୟ) କର୍ମକୁ ସ୍ବୀକାର କରିଥାନ୍ତି, ପାପ କର୍ମକୁ ନୁହେଁ। ଏ ସମ୍ପର୍କରେ ନିମ୍ନୋକ୍ତ ପ୍ରସଙ୍ଗ।
ଏକଦା ରାଜମହଲରୁ ଦଳେ ଚୋର ଚୋରି କରି ପଳାଇ ଯାଉଥିବା ବେଳେ ପ୍ରହରୀଙ୍କ ନଜରରେ ପଡ଼ିଗଲା। ପ୍ରହରୀମାନେ ଏକତ୍ର ହୋଇ ଚୋରଙ୍କ ପଶ୍ଚାତଧାବନ କଲେ। ଚୋରମାନେ ଆତ୍ମରକ୍ଷାର କୌଣସି ଉପାୟ ପାଇ ନଥିଲେ। ଚୋରି ଦ୍ରବ୍ୟ ସହ ଦୌଡ଼ିବାକୁ ଅସୁବିଧା ହେବାରୁ ସେସବୁକୁ ମାଣ୍ଡବ୍ୟ ନାମକ ଜଣେ ପ୍ରଖ୍ୟାତ ଋଷିଙ୍କ ଆଶ୍ରମ ପରିସରରେ ପକାଇଦେଇ ପଳାଇଗଲେ। ପ୍ରହରୀମାନେ ଚୋରଙ୍କ ସନ୍ଧାନରେ ଥିଲାବେଳେ ଦେଖିବାକୁ ପାଇଲେ ଋଷିଙ୍କ ଆଶ୍ରମ ପରିସରରେ ପଡ଼ିଥିବା ଲୁଟ୍‌ ସାମଗ୍ରୀ। ତାଙ୍କର ଧାରଣା ହେଲା ଯେହେତୁ ଚୋରି ସାମଗ୍ରୀ ତାଙ୍କ ଆଶ୍ରମ ପଛପଟରେ ପଡ଼ିଛି ତେଣୁ ଋଷି ଏଥିରେ ଜଡ଼ିତ ନିଶ୍ଚୟ। ଋଷି ନିଜକୁ ନିର୍ଦୋଷ ବୋଲି ଯେତେ କହିଥ​‌ି​‌େ​‌ଲ ମଧ୍ୟ ପ୍ରହରୀମାନେ ତାଙ୍କୁ ଧରି ନେଇଥିଲେ ରାଜାଙ୍କ ନିକଟକୁ ବିଚାର ନିମନ୍ତେ। ରାଜା କିଛି ନବୁଝି ଲୁଟସାମଗ୍ରୀ ଆଶ୍ରମ ପରିସରରୁ ଜବତ ହୋଇଥିବାରୁ ଋଷିଙ୍କୁ ଶୂଳିରେ ଚଢ଼ାଇ ଦେବାକୁ ନିର୍ଦେଶ ଦେଲେ।
ରାଜାଦେଶ ପାଳିତ ହେଲା। ଋଷି ଶୂଳିରେ ଚଢ଼ି ଅନବରତ ଗାୟତ୍ରୀ ମନ୍ତ୍ର ଜପ କରୁଥାନ୍ତି। ସିଦ୍ଧତପା ଥିବାରୁ ମୃତ୍ୟୁ ତାଙ୍କ ସ୍ପର୍ଶ କରି ନଥିଲା। ଋଷିଙ୍କ ଶରୀରରୁ ନିର୍ଗତ ଦିବ୍ୟଜ୍ୟୋତି ଦେଖି ପର ମୁହୂର୍ତ୍ତରେ ରାଜାଙ୍କ ଧାରଣା ହୋଇଥିଲା ସେ ଦୋଷୀ ନୁହନ୍ତି ବୋଲି। ଭୟଭୀତ ରାଜା ଋଷିଙ୍କୁ ଶୂଳିରୁ ଓହ୍ଲାଇ ଦେବାକୁ ନିର୍ଦେଶ ଦେଇଥିଲେ ସୈନିକମାନଙ୍କୁ। ଋଷିଙ୍କଠାରୁ ସକଳ ବୃତ୍ତାନ୍ତ ଶୁଣିବାପରେ ରାଜା ପଶ୍ଚାତ୍ତାପପୂର୍ବକ ବାରମ୍ବାର ପ୍ରଣାମ କରି ଋଷିଙ୍କୁ କ୍ଷମା ମାଗିଥିଲେ। ଋଷି ରାଜାଙ୍କୁ କ୍ଷମା କରି ଦେଇଥିଲେ, କିନ୍ତୁ ଅତିମାତ୍ରାରେ ବ୍ୟଥିତ ହୋଇ କହିଥିଲେ ମୁଁ ଯମରାଜଙ୍କୁ ପଚାରିବି କେଉଁ କାରଣରୁ ମୋ ଭଳି ଜଣେ ନିର୍ଦୋଷ, ନିରପରାଧକୁ ଏଭଳି କଠୋର ଦଣ୍ଡ ଭୋଗିବାକୁ ହେଲା। ନିଜ ଉପରେ ଦୃଢ଼ ବିଶ୍ବାସ ଥିଲା। ଜ୍ଞାତସାରରେ କୌଣସି କୁକର୍ମ କରି ନଥିବାରୁ ସେ ଭାବିଲେ ତାଙ୍କୁ ବିନା ଅପରାଧରେ ଯମରାଜ କର୍ତ୍ତୃକ ଏଭଳି ଦଣ୍ଡ ଦିଆଯାଇଛି। ଆଉ କାଳବିଳମ୍ବ ନକରି ଋଷି ଯମପୁର ଯାତ୍ରାକଲେ।
ଯମରାଜଙ୍କ ଅତି କରାଳ, ଭୟଙ୍କର ରୂପଦେଖି ଦୁରାଚାରୀ, ପାପୀମାନେ ଭୟଭୀତ ହୋଇପଡ଼ୁଥାନ୍ତି। ହେଲେ ନିର୍ମଳ ହୃଦୟ ମାଣ୍ଡବ୍ୟଙ୍କର ତିଳେମାତ୍ର ଭୟ ନଥିଲା। ନିଡର ଋଷି ଦାମ୍ଭିକତା ସହକାରେ ପଚାରିଥିଲେ- ଯମରାଜ! କୁହନ୍ତୁ କେଉଁ ଅପରାଧରେ ମୋତେ ବିନା ଦୋଷରେ କଠୋର ଶୂଳିଦଣ୍ଡ ଭୋଗିବାକୁ ହେଲା।
ଏହାଶୁଣି ଯମରାଜ ହସିହସି କହିଲେ- ‘ବିନା ​‌େ​‌ଦାଷରେ କାହାରିକୁ ହେଲେ ମୁଁ ଦଣ୍ଡିତ କରି ନଥାଏ। ଏହି ନିୟମର କେବେ ବି ଉଲ୍ଲଙ୍ଘନ ହୁଏନାହିଁ। ତେବେ ଶୁଣନ୍ତୁ- ତୁମେ ଯେତେବେଳେ ବାଳକ ଥିଲ ସେ ସମୟରେ କୌତୂହଳର ବଶବର୍ତ୍ତୀ ହୋଇ ଗୋଟିଏ ପ୍ରଜାପତିକୁ ଧରି ତାକୁ କଣ୍ଟାରେ ଫୁଟାଇ କଷ୍ଟ ଦେଇଥିଲ। ତାହା ହିଁ ତୁମର ଅପରାଧ ଥିଲା। ଏହି କାରଣରୁ ତୁମେ ଦଣ୍ଡିତ ହେଲ। ତୁମକୁ ତୁମ କର୍ମଫଳ ଭୋଗିବାକୁ ହେଲା।’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories