www.samajalive.in
Saturday, December 13, 2025
27.1 C
Bhubaneswar

ଭୋଟର ତାଲିକା ଓ ଇଭିଏମ୍‌

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା ଏବଂ ଗୋଟିଏ ମାସ ମଧ୍ୟରେ ଏହା ଶେଷ କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ବରରେ ଗୁୁରୁବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ଯେଉଁ ଦୁଇଟି ପ୍ରମୁଖ ପ୍ରଶ୍ନ ଉଠିଛି ତାହା ହେଲା ତାଲିକାରୁ ଯେପରି କେହି ବାଦ ନପଡ଼ନ୍ତି ଏବଂ ଇଭିଏମ୍‌ ବ୍ୟବସ୍ଥାର ବିଶ୍ବସନୀୟତା ଯେପରି ପ୍ରଶ୍ନାତୀତ ହୁଏ। ଆମ ଅଭିଜ୍ଞତା କହୁଛି ଯେ ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ପଞ୍ଜୀକରଣ ସମୟରେ ଅନେକ ତ୍ରୁଟିବିଚ୍ୟୁତି ରହିଯାଏ। ଫଳରେ ଗୋଟିଏଗୋଟିଏ ବୁଥ୍‌ରୁ ବହୁ ସଂଖ୍ୟକ ଭୋଟରଙ୍କ ନାମ ଏକକାଳୀନ ବାଦ ପଡ଼ିଯାଏ। ଏହା ଯେ ମନୁଷ୍ୟକୃତ ନୁହେଁ ତାହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଏଥିରେ ମଧ୍ୟ ବେଳେବେଳେ ରାଜନୀତି ପଶିଥାଏ।
ନିର୍ବାଚନ କମିସନ ସବୁ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରି ଆସୁଛନ୍ତି। ଭୋଟ ହାର ବଢ଼ାଇବା ପାଇଁ ନାନାବିଧି ପ୍ରୟାସ କରାଯାଉଛି। ଏଭଳି ସ୍ଥଳେ ଚୂଡ଼ାନ୍ତ ଭୋଟର ତାଲିକାରୁ ଯଦି ଲୋକଙ୍କ ନାମ ବାଦ ପଡ଼େ ଏଥିପାଇଁ ଦାୟୀ କରାଯିବ କାହାକୁ? ନୂଆ ଟେକ୍‌ନୋଲୋଜିର ପ୍ରୟୋଗ କରି ଭୋଟ ପୂର୍ବରୁ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହାଛଡ଼ା ଭୋଟରଙ୍କ ଆଧାର, ବାୟୋମେଟ୍ରିକ୍ସ ଆଦିକୁ ତାଲିକାସହ ସଂଯୁକ୍ତ କରି ତାହାକୁ ଡାଟା ସିଷ୍ଟମରେ ରଖାଯିବା ଉଚିତ। ଏହାଫଳରେ ତାଲିକାରୁ ବାଦ ପଡ଼ିଥିବା ଭୋଟରକୁ ସହଜରେ ଚିହ୍ନଟ କରି ଭୋଟଦେବାର ସୁଯୋଗ ଦିଆଯାଇପାରିବ। ଏହାଛଡ଼ା ଯେଉଁ ଭୋଟରଙ୍କର ପରିଚୟପତ୍ର ଅଛି, କିନ୍ତୁ ତାଲିକାରେ ନାମ ନାହିଁ ସେମାନଙ୍କୁ ଫେରାଇ ନଦେଇ ଭୋଟ ଦେବାର ସୁଯୋଗ ଦିଆଯାଉ ଏବଂ ଏହି ବର୍ଗର ଭୋଟରଙ୍କ ପାଇଁ ଇଭିଏମରେ ଏକ ସ୍ବତନ୍ତ୍ର ସଫ୍ଟଓୟାର ସଂଯୋଗ କରାଯାଉ। ନକଲି ଓ ପ୍ରକୃତ ଭୋଟରଙ୍କୁ ଚିହ୍ନିବା ପାଇଁ ଇଭିଏମ୍‌କୁ ଆହୁରି ଉନ୍ନତ କରିବା ଦରକାର। ଆମ ପାଖରେ ଥିବା ପ୍ରଯୁକ୍ତି ବିଦ୍ୟାରେ ଏହି କାମଟି ଅସମ୍ଭବ ମନେ ହୁଏନା। ଆଶା କରିବା କର୍ତ୍ତୃପକ୍ଷ ଇଭିଏମ୍‌ରେ ଭିଭିପାଟ୍‌ ସଂଯୋଗ କରି ତାଙ୍କ କାମ ଶେଷ କରିବେ ନାହିଁ। ଇଭିଏମ କ୍ରାନ୍ତିର ଶିଖରକୁ ଯାଇ ଏହାକୁ ଏକ ଅନୁପମ ଭୋଟିଂ ମେସିନରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିବେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories