www.samajalive.in
Monday, December 15, 2025
16.1 C
Bhubaneswar

ବିଚିତ୍ର ବ୍ୟବହାର

ଭାରତର ପାରିମ୍ପରିକ ଶତ୍ରୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ସ୍ବାଗତ ଜଣାଇ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ ଦୁଇଦେଶ ମଧ୍ୟରେ ଗଠନମୂଳକ ଆଲୋଚନାର ଏକ ସ୍ଥାୟୀ ଧାରା ସୃଷ୍ଟି କରିବାକୁ ପ୍ରସ୍ତାବ ଦେବାବେଳେ ଏହାର ଜବାବ କିନ୍ତୁ ଆଶାନୁରୂପ ହୋଇନାହିଁ। ଇସଲାମାବାଦ କର୍ତ୍ତୃପକ୍ଷ କହିଛନ୍ତି ଯେ ମୋଦୀଙ୍କ ପକ୍ଷରୁ ସେଭଳି କୌଣସି ଠୋସ୍‌ କାର୍ଯ୍ୟସୂଚୀ ନାହିଁ। ସୌଜନ୍ୟ ଓ ସଦ୍‌ଭାବନାର ଅଭିନନ୍ଦନିକା ଭିତରେ କୂଟନୀତି- ରାଜନୀତି ପାଇଁ ବିଶେଷ ସୁଯୋଗ ନଥାଏ। ମୋଦୀଙ୍କ ପକ୍ଷରୁ ଠୋସ୍‌ କଥାବାର୍ତ୍ତାର ପ୍ରସ୍ତାବ ଓ କାର୍ଯ୍ୟସୂଚୀ ଉପସ୍ଥାପନର ସମୟ ଆସିନଥିବାବେଳେ ପାକିସ୍ତାନ ଏତେ ତରବର ହେବା ଅନାବଶ୍ୟକ। ପାକିସ୍ତାନର ନୂଆ ସରକାର ବୋଧହୁଏ ଭୁଲିଯାଉଛନ୍ତି ଯେ ତାଙ୍କ ଦେଶ ପାଇଁ ଆଲୋଚନା, ବୁଝାମଣା, ରାଜିନାମାର ଅର୍ଥ କିଛି ନାହିଁ ଏବଂ ନିଜର ଏକତରଫା କାର୍ଯ୍ୟପାଇଁ ଇସଲାମାବାଦ ସରକାର ଅତୀତରେ ଭାରତକୁ ଅନେକ ହଟହଟାରେ ପକାଇଛନ୍ତି। ଆଲୋଚନା ପାଇଁ ପ୍ରଥମ ଆବଶ୍ୟକତା ସ୍ବାଭାବିକ ପରିସ୍ଥିତି ଓ ଅନୁକୂଳ ମନୋଭାବ। ପାକିସ୍ତାନ, ବିଶେଷକରି ଇମ୍ରାନ୍‌ ଖାଁ ଯଦି ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବେ, ଭାରତ ପକ୍ଷରୁ ଏ ନେଇ ପଛଘୁଞ୍ଚା ଦେବାର କୌଣସି ଅବକାଶ ନାହିଁ। ଏ କ୍ଷେତ୍ରରେ ଇମ୍ରାନଙ୍କ ପାଇଁ ଘରେ ନ’ପଶୁଣୁ ମୁଣ୍ଡରେ ଚାଳ ନ’ବାଜିବା ଅବସ୍ଥା ନ’ହେଉ।
ପାକିସ୍ତାନସହ ଭାରତର ସମ୍ପର୍କ ପରିପ୍ରେକ୍ଷୀରେ ପଞ୍ଜାବର ମନ୍ତ୍ରୀ ଓ ପୂର୍ବତନ କ୍ରିକେଟ ତାରକା ନବଜୋତ ସିଂହ ସିଧୁ ଯେଉଁ କାମଟି କଲେ ତାହା ଆମ ବିଚାରରେ ଅନୁଚିତ ଓ ରାଷ୍ଟ୍ରସ୍ବାର୍ଥ ବିରୋଧୀ। ଇମ୍ରାନଙ୍କ ବ୍ୟକ୍ତିଗତ ନିମନ୍ତ୍ରଣରେ ଇସଲାମାବାଦ ଯାଇଥିବା ସିଧୁ ଭାରତର ପ୍ରତିନିଧିତ୍ବ କରୁନଥିଲେ ମଧ୍ୟ ସେଠାକାର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଅବଶ୍ୟ ନିନ୍ଦନୀୟ। ପାକ୍‌ସେନାଙ୍କ ଉଦ୍ଧତ କାର୍ଯ୍ୟରେ ସୀମାନ୍ତରେ ଭାରତୀୟ ଯବାନ ବିନା କାରଣରେ ଦୈନିକ ଟଳିପଡ଼ୁଥିବାବେଳେ ମନ୍ତ୍ରୀ ସିଧୁ ସେଠାକାର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବଧେଇ ଦେବାରେ କାଣ୍ଡଜ୍ଞାନର ଅଭାବ ଥିବା ମନେ ହେଉଛି। ସିଧୁ ନିଜର କାର୍ଯ୍ୟକୁ ଉଚିତବୋଲି ଦର୍ଶାଇ ନିର୍ବୋଧଙ୍କ ଭଳି ଯୁକ୍ତି କରିବା ନିନ୍ଦନୀୟ। ନିର୍ବୋଧତାକୁ ଲୁଚାଇବାକୁ ସିଧୁ ଅପଚେଷ୍ଟା ନ’କରି ବରଂ ତାଙ୍କର ଦେଶପ୍ରେମର ପରାକାଷ୍ଠା ପ୍ରଦର୍ଶନ କରି ନିଜର ତ୍ରୁଟି ପାଇଁ କ୍ଷମା ମାଗିବା ଉଚିତ। ହଠାତ୍‌ ଭଲମନ୍ଦ ନିର୍ଣ୍ଣୟ କରିବାର ବିଚାରର ଅଭାବ ପାଇଁ ସିଧୁ ହୁଏତ ଏହି ଅନିଚ୍ଛାକୃତ ତ୍ରୁଟି କରିପାରି ଥାନ୍ତି। ତାହାକୁ ଠିକ୍‌ ବୋଲି କହିବା ଏବଂ ଏଥିପାଇଁ ସଫେଇ ଦେବା ଏକ ମସ୍ତବଡ଼ ଭୁଲ୍‌। ତାଙ୍କ ପାଇଁ ତାଙ୍କ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂହଙ୍କୁ ଆଗୁଆ ଯେଉଁ ସଫେଇ ଦେବାକୁ ପଡ଼ିଲା ସେ କଥାର ଗୁରୁତ୍ବ ସିଧୁ ନବୁଝିବା ଦୁର୍ଭାଗ୍ୟଜନକ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories