କେଉଁ ପାତ୍ରରେ ଭୋଜନ କଲେ କଣ କ୍ଷତି କଣ ଲାଭ !

0

ପ୍ରତ୍ୟେକ ମଣିଷ ଚାହିଁଥାଏ ଉତ୍ତମ ସ୍ୱାସ୍ଥ୍ୟ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ। ସାଧାରଣତଃ ଖାଇବା ବେଳେ ଆମେ ବିଭିନ୍ନ ପାତ୍ରରେ ଖାଇଥାଉ। ଏହାଦ୍ୱାରା ଆମ ଶରୀରର ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇଲେ କିପ୍ରକାର ସମସ୍ୟା ହୋଇଥାଏ ?


ଲୌହ କିମ୍ବା ଷ୍ଟିଲ: ନିୟମିତ ରୂପେ ଲୌହ ପାତ୍ରରେ ଖାଦ୍ୟ ଗ୍ରହଣ କଲେ ମନ ଅସ୍ଥିର ରହିଥାଏ । ଅନେକ ସମୟରେ ବାୟୁଜନିତ ରୋଗ ମଧ୍ୟ ହୋଇଥାଏ।


ରସ ପାତ୍ର: ରସ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମାନସିକ ଚିନ୍ତାଧାରା ବଢ଼ିଥାଏ । ମାନସିକ ଚିନ୍ତଧାରା ବଢ଼ିବା ଦ୍ୱାରା ବ୍ୟକ୍ତି ଚିଡ଼ଚିଡା ପ୍ରକୃତିର ହୋଇଯାଇଥାଏ।
କଦଳୀ ପତ୍ର: କଦଳୀ ପତ୍ରକୁ ପୁରାଣରେ ସୁନାର ଥାଳି କୁହାଯାଇଛି । କଦଳୀ ପତ୍ରରେ ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ ବୋଲି ପୁରାଣରେ କୁହାଯାଇଛି।


ପିତ୍ତଳ ପାତ୍ର: ପୁରାତନ ଯୁଗରେ ପିତ୍ତଳ ବ୍ୟବହାର ଅତ୍ୟଧିକ ମାତ୍ରାରେ କରାଯାଉଥିଲା । ପିତ୍ତଳରେ ଖାଇବା ଦ୍ୱାରା ଶରୀର ଓ ମନକୁ ଶାନ୍ତି ମିଳେ। ମନ ପବିତ୍ର ମଧ୍ୟ ରହିଥାଏ।


ତମ୍ବା ପାତ୍ର: ତମ୍ବା ପାତ୍ରରେ ଭଗବାନଙ୍କୁ ପୂଜା କରାଯାଏ । ତେଣୁ ଏହି ପାତ୍ରରେ ଭୋଜନ କରିବା ଦ୍ୱାରା ଶରୀର ପବିତ୍ର ରହିବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।


କଂସା ପାତ୍ର: କଂସା ପାତ୍ରରେ ଖାଦ୍ୟ ଖାଇଲେ ମଣିଷ ନିରୋଗ ରହିଥାଏ । ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ।


ମାଟି ପାତ୍ର: ମାଟି ପାତ୍ରରେ ଖାଦ୍ୟ ରାନ୍ଧିଲେ ଖାଦ୍ୟର ସ୍ୱାଦ ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ । ମାଟି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ସମ୍ଭାବନା କମ୍‍ ହୋଇଥାଏ ।


ଋୂପା ପାତ୍ର: ରୂପା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମଣିଷ ବୁଦ୍ଧିବନ୍ତ ଓ ନ୍ୟାୟବନ୍ତ ହୋଇଥାଏ ।
ସୁନା ପାତ୍ର: ସୁନା ପାତ୍ରରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ ପ୍ରିୟପାତ୍ର ହୋଇ ପାରିବେ । ଘରେ ଧନ ସମ୍ପତ୍ତିର ବୃଦ୍ଧି ମଧ୍ୟ ହୋଇଥାଏ। ବିଦ୍ୟା ଓ ଆୟୁ ବୃଦ୍ଧି ହୋଇଥାଏ ।

Leave A Reply