ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବ୍ୟସ୍ତ ରେଳବାଇ

ଭୁବନେଶ୍ବର : କରୋନା ପାଇଁ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। କିନ୍ତୁ ଅତ୍ୟାଶ୍ୟକୀୟ ସାମଗ୍ରୀ ପରିବହନରେ ରେଳବାଇ ଦିନରାତି କାମ କରୁଛି। ପୂର୍ବତଟ ରେଳପଥ ପକ୍ଷରୁ ବର୍ତ୍ତମାନ ଖାଦ୍ୟ ଶସ୍ୟ, କୋଇଲା, ପେଟ୍ରୋଲିୟମ୍ ପଦାର୍ଥ, ସାର, ଦୁଗ୍ଧ, ପନିପରିବା ଆଦି ଟ୍ରେନ୍ ଯୋଗେ ପରିବହନ କରାଯାଉଛି। ବିଜୁଳି ଉତ୍ପାଦନ ସ୍ଥାନକୁ ରେଳ ଯୋଗେ କୋଇଲା ପରିବହନ କରାଯାଉଛି। ଭାରତୀୟ ଖାଦ୍ୟ ନିଗମକୁ ଚାଉଳ, ଗହମ ସମେତ ଇସ୍ପାତ କାରଖାନାକୁ ଲୁହାପଥର ଏବଂ ବିଶୋଧିତ ଇସ୍ପାତ ମଧ୍ୟ ପରିବହନ କରାଯାଉଛି। ନାଲକୋକୁ ସ୍ବତନ୍ତ୍ର ୱାଗନ୍‌ରେ ଆଲୁମିନା ପାଉଡର ଓ ଆଲୁମିନିୟମ୍ ଧାତୁଖଣ୍ଡ ପରିବହନ କରାଯାଉଛି। ଗତକାଲି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସର୍ବାଧିକ ୫୦୦ରୁ ଅଧିକ ଟ୍ରେନ୍‌ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରାଯାଇଛି। ଟ୍ରେନ୍ ଚାଳକ, ଗାର୍ଡ, ଟ୍ରାକ୍ ମରାମତିରେ ନିୟୋଜିତ କର୍ମଚାରୀ, ୱାଗନ୍ ଓ ସିଗ୍‌ନାଲ ରକ୍ଷଣାବେକ୍ଷଣ କର୍ମଚାରୀ, ଷ୍ଟେସନ୍ ମାଷ୍ଟର ଓ ଟ୍ରେନ୍ କ​‌େ​‌ଣ୍ଟ୍ରାଲ କର୍ମଚାରୀମାନେ ସାହସର ସହ ନିଜ କର୍ତ୍ତବ୍ୟ ପାଳନ କରିଚାଲିଛନ୍ତି। ଟ୍ରେନ୍ ପରିଚାଳନାରେ ସମ୍ପୃକ୍ତ ସମସ୍ତ ରେଳ କର୍ମଚାରୀ ଓ ଅଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକମାନେ ରାଜ୍ୟ ସରକାରଙ୍କ ପୁଲିସ ଏବଂ ଜିଲା କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

Comments are closed.