www.samajalive.in
Monday, December 15, 2025
24.1 C
Bhubaneswar

ଚୌଦ୍ୱାରରେ ମହାଷ୍ଟମୀ ପୂଜା ଧୂମଧାମ୍‌ରେ ପାଳିତ

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ ବିଭିନ୍ନ ମଣ୍ଡପରେ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ଅନୁଷ୍ଠିତ ହୋଇଛି । ମହାଷ୍ଟମୀ ସଂଧ୍ୟାରେ ଦେବୀଙ୍କ ସମ୍ମୁଖରେ ବ୍ରତପୂଜା,ସମୁହ ଆଳତୀ ଓ ଚଣ୍ଡୀପାଠ ଆଦି କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି କରିଛି । ସଂଧ୍ୟା ଆଳତୀ ଓ ଦେବୀ ଦର୍ଶନ ପାଇଁ ବିରାଟ ବଜାର, ଚୌଦ୍ୱାର ସାମଲ ସାହି, ଗୁପ୍ତେଶ୍ୱର ସାହି, ବଢ଼େଇ ସାହି, ପ୍ରତାପ ନଗର,ପରିଡ଼ା ସାହି, ଓଟିଏମ୍‌ ଦୂର୍ଗା ବଜାର ଆଦି ମଣ୍ଡପ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ମା’ଙ୍କ ନିକଟରେ ଭୋଗ ଲାଗି କରିବା ପାଇଁ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିଲା । ସୋମବାର ରାତିରେ ସନ୍ଧୀପୂଜା ଓ ବଳିଦାନ ପର୍ବ ଶୃଂଖଳାର ସହ ଅନୁଷ୍ଠିତ ହୋଇଥିଲା ।କରୋନା କଟକଣା ହେତୁ ଗତ ୨ବର୍ଷ ଧରି ମା’ଙ୍କୁ ଦର୍ଶନ କରିବାର ସୁଯୋଗ ମିଳି ନଥିବାବେଳେ ଚଳିତ ବର୍ଷ ଦେବୀ ଦର୍ଶନ ଓ ମେଳା ବୁଲିବା ପାଇଁ ଜନ ସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସ୍ଥାନୀୟ ପରମ୍ପରା ଅନୁଯାୟୀ ଚୌଦ୍ୱାର ଅଞ୍ଚଳରେ ନିର୍ମିତ ଦେବୀ ଦୂର୍ଗାଙ୍କ ମୃଣ୍ମୟ ପ୍ରତିମା ସବୁ ଦଶହରା ପୂଜା ପରେ ବିସର୍ଜିତ ହୋଇ ମଣ୍ଡପରେ ରହିବା ସହିତ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୂପଯାତ୍ରାରେ ଅଂଶ ଗ୍ରହଣ କରିବେ । ସେହିଦିନ ଅପରାହ୍ଣରେ ମେଢ଼ ଗୁଡ଼ିକ ମଣ୍ଡପରୁ ବାହାରି ଶୋଭାଯାତ୍ରାରେ ଯାଇ ତିନି କୋଣିଆସ୍ଥିତ ଯାତ୍ରାପଡ଼ିଆରେ ପହଞ୍ଚି ମେଳଣ କରିବେ । ପରଦିନ ସକାଳରୁ ମେଢ଼ ଗୁଡ଼ିକ ଯାତ୍ରା କମିଟି ଠାରୁ ଛନ୍ଦା ଗ୍ରହଣ କରି କ୍ରମାନ୍ୱୟରେ ଶୋଭାଯାତ୍ରା କରି ବିରୂପା ନଦୀ କୂଳରେ ପ୍ରସ୍ତୁତ ଅସ୍ଥାୟୀ ପୋଖରୀରେ ଭସାଣ ପାଇଁ ବାହାରିବେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories