www.samajalive.in
Monday, December 15, 2025
27.1 C
Bhubaneswar

ଥୁଆମୁଳ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ

କଲମପୁର  – କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଅନ୍ୟ ଏକ ପୀଠ ଥୁଆମୁଳ ରାମପୁର । ଏହି ଶକ୍ତି ପୀଠରେ ସୋମବାର ମହା ସମାରୋହର ସହିତ ଦଶହରା ଏବଂ ଛତର ଯାତ୍ରା ପାଳିତ ହେଇଯାଇଛି । ରବିବାର ଦିନ ସକାଳୁ ବ୍ରାହ୍ମଣ ପୂଜକ ମନ୍ତ୍ରୋକ୍ତିରେ ଦେବୀଙ୍କ ପୂଜା ପାଠ ପରେ କ୍ଷତ୍ରୀୟ ପୂଜକଙ୍କ ଦ୍ୱାରା ତନ୍ତ୍ରୋକ୍ତି ଓ ଯନ୍ତ୍ରୋକ୍ତି ବିଦ୍ଧିରେ ପୂଜା କରାଯାଇଥିଲା । ବହୁ ମାନସୀକ ଧାରୀ ନିଜ ନିଜ ମାନସୀକ ପୁରଣ ହେତୁ ମନ୍ଦିର ପରିସରରେ ବଳି ଦେଇଥିଲେ ।

ଏହାପରେ ଦେବୀଙ୍କ ମନ୍ଦିର ସର୍ବ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇ ମାର୍ଜନା କରାଯାଇଥିଲା । ପୁନଃ ସଂଧ୍ୟା ଆଳତୀ ସହ ଦେବୀଙ୍କ ମନ୍ଦିର ଖୋଲାଯାଇ ଥିଲା ସର୍ବ ସାଧାରଣଙ୍କ ଦର୍ଶନ ପାଇଁ । ଏହାପରେ ବିଭିନ୍ନ ପୂଜା ଚଣ୍ଡିପାଠ ସହ ନିଶି ପୂଜା, ମହାପୂଜା ଓ ମହାବଳୀ ହେଇଥିଲା । ଏହାପରେ ଛତ୍ର ବାହାକ ଦେବୀଙ୍କ ଚଳନ୍ତି ପ୍ରତୀମା ଛତର ଧରି ଜେନାଖାଲ ଅଭିମୁଖେଯାଇଥିଲେ । ସେଠାରେ ବିଭିନ୍ନ ରିତିନିତୀ ଅନୁସାରେ ପୂଜା ପାଠ ହେବା ପରେ ଦେବୀଙ୍କ ବିଜୟ ଯାତ୍ରା ଆୟୋଜିତ ହେଇଥିଲା ।

- Advertisement -

ଦେବୀଙ୍କ ଛତ୍ର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତନ କରିଥିଲେ । ଏହାପରେ ପୂର୍ବ ନିର୍ଦ୍ଧାରିତ ଯୋଗ ଅନୁସାରେ ଅଷ୍ଟମୀ ଓ ନବମୀର ସଂଯୋଗ ସମୟରେ ସନ୍ଧି ପୂଜା ପରେ ଦେବୀ ନିଜ ପୀଠରେ ବିରାଜମାନ କରିଥିଲେ । ପୂଜା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ କରାଯାଇଥିଲା । ନବରଙ୍ଗପୁର, ରାୟଗଡା, ଛତିଶଗଡ (ବସ୍ତର ଅଂଚଳ)ର ଲୋକଙ୍କ ସମାଗମ ହେଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ଏହି ଛତର ଯାତ୍ରା ସମ୍ପାଦିତ ହେଇଯାଇଛି ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories