ବାଟମଙ୍ଗଳାଙ୍କ ଖଣ୍ଡା ଯାତ୍ରା ଅନୁଷ୍ଠିତ

ସମ୍ବଲପୁର, : ପବିତ୍ର ନବରାତ୍ର ଉପଲକ୍ଷେ ସହରର ବିଭିନ୍ନ ଦେବୀ ମନ୍ଦିର ଗୁଡିକରେ ସମସ୍ତ ରିତିନିତି ଭକ୍ତିମୟ ପରିବେଶ ମଧ୍ୟରେ ଜାରି ରହିଛି । ଏହି କ୍ରମରେ ସମ୍ବଲପୁରର ଦଲେଇପଡା ସ୍ଥିତ ମାଁ ବାଟ ମଙ୍ଗଳା ଙ୍କ ଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବିବାର ମହାଅଷ୍ଟମୀ ତିଥିରେ ଦଲେଇପଡା ସ୍ଥିତ ବାଟ ମଙ୍ଗଳା ମନ୍ଦିରରୁ ପୂଜକ ମାନେ ମାଁ ଙ୍କ ଖଣ୍ଡା ଓ ଧ୍ୱଜା ନେଇ ଏକ ଶୋଭାଯାତ୍ରାରେ ମନ୍ଦିର ନିକଟସ୍ଥ ମହାନଦୀର ଘାଟ କୁ ଯାଇଥିଲେ । ଘାଟରେ ମହାନଦୀର ଜଳରେ ମାଁ ଖଣ୍ଡା କୁ ଧୋଇବା ପରେ ପାରମ୍ପରିକ ରିତିନିତି ଅନୁଯାୟୀ ଖଣ୍ଡା ଓ ଝଣ୍ଡାକୁ ପ୍ରଖର (ଶକ୍ତି) କରାଯାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହା ପରେ ପାରମ୍ପରିକ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା ପରେ ମନ୍ଦିରରୁ ଖଣ୍ଡା ଓ ଧ୍ୱଜା ଯାତ୍ରା ବାହାରି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ସେଠାରେ ବିଧି ଅନୁଯାୟୀ ପୂଜା କରାଯାଇଥିଲା । ଏହା ପରେ ମାଁ ପାଟନେଶ୍ୱରୀ, ଘୁନଘୁଟିପଡା ଦୁର୍ଗା ଦେବୀ, ମାଁ ବୁଢ଼ିମାଁ ଙ୍କ ମନ୍ଦିର ଠାରେ ଖଣ୍ଡା ପୂଜା ପରେ ନଗର ପରିକ୍ରମା କରିଥିଲା । ନଗର ପରିକ୍ରମା ପରେ ଖଣ୍ଡା ଯାତ୍ରା ମାଁ ବାଟମଙ୍ଗଳା ଙ୍କ ଦଲେଇପଡା ସ୍ଥିତ ମନ୍ଦିର ଠାରେ ଏହା ସମ୍ପନ୍ନ ହୋଇଥିଲା । ଏହି ଧାର୍ମିକ ଶୋଭାଯାତ୍ରାରେ ବିଶ୍ୱରାଜ ଭୋଇ, ବିରେନ୍ଦ୍ର ଭୂୟାଁ, ଶତ୍ରୁଘ୍ନଲାଲ ସାହା, ପ୍ରକାଶ କୁମାର ପଣ୍ଡା, ସଞ୍ଜୟ ଲୋହିଆ, ଆଶିଷ, ରିଣ୍ଟୁ, ସୁଭମ, ଧିରେନ୍ଦ୍ର ଷଣ୍ଢ ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।

Comments are closed.